Monday, August 10, 2026
24.2 C
Odisha

    ୫୩ ବର୍ଷରେ ପାଦ ଥାପିଲେ କ୍ରିକେଟର ଭଗବାନ, ଖାସ୍ ମେସେଜ୍ ଦେଲେ ଯୁବରାଜ ସିଂ

    ଆଗକୁ ପଢନ୍ତୁ

    ଦିଗଜ କ୍ରିକେଟର ସଚିନ ତେନ୍ଦୁଲକର ଆଜି ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ଅବସରରେ ଯୁବରାଜ ସିଂ କ୍ରିକେଟରଙ୍କ ପାଇଁ ଏକ ସ୍ୱତନ୍ତ୍ର ମେସେଜ୍ ପୋଷ୍ଟ କରିଛନ୍ତି । ବିସିସିଆଇ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ସମେତ ଅନେକ ଫ୍ୟାନ୍ସ ମଧ୍ୟ ସେମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସଚିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

    ଯୁବରାଜ ସିଂ ତାଙ୍କ Xରେ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ‘‘ଜନ୍ମଦିନର ଶୁଭେଚ୍ଛା ! ଆପଣଙ୍କ ସହିତ ଖେଳିବା ବଡ଼ ସମ୍ମାନର କଥା । ଆପଣଙ୍କଠାରୁ କିଛି ଶିଖିବା ମଧ୍ୟ ଆହୁରି ବଡ଼ କଥା । ଆପଣଙ୍କ ଅନୁଶାସନ, ବିନମ୍ରତା ଏବଂ ଭଲପାଇବା ଆମ ପାଇଁ ଉଦାହରଣ ! ଏହା ସହିତ ଆପଣଙ୍କ ସ୍ମୃତି ଏବଂ ପ୍ରେରଣା ପାଇଁ ଆପଣଙ୍କୁ ଧନ୍ୟବାଦ ।

    ଯଦି ସଚିନଙ୍କ କ୍ୟାରିଅର କଥା କୁହାଯାଏ ତେବେ ସେ ୧୦୦ଟି ଅନ୍ତର୍ଜାତିକ ଶତକ ମାରିଥିଲେ । ଯେଉଁଥିରେ ୫୧ଟି ଟେଷ୍ଟ ମ୍ୟାଚ୍ ଏବଂ ୪୯ ଟି ୱାନ ଡେ ମ୍ୟାଚରେ ହାସଲ କରିଥିଲେ । ସଚିନଙ୍କ ଶତକ ହାସଲ କରିବା ମାତ୍ର ୧୭ ବର୍ଷ ବୟସରୁ ଆରମ୍ଭ ହୋଇଥିଲା ଏବଂ ଶେଷ ଶତକ ୩୮ ବର୍ଷ ବୟସରେ କରିଥିଲେ । ସେ ତାଙ୍କର ପ୍ରଥମ ଶତକ ୯ ଅଗଷ୍ଟ ୧୯୯୦ ଓଲ୍ଡ ଟ୍ରାଫୋର୍ଡରେ ଇଂଲଣ୍ଡ ବିପକ୍ଷରେ ଏକ ଡ୍ର ଟେଷ୍ଟ ମ୍ୟାଚ୍‌ରେ ତାଙ୍କର ପ୍ରଥମ ଶତକ ମାରିଥିଲେ । ସେହି ମ୍ୟାଚରେ ସଚିନ ୧୧୯ ରନରେ ଅପରାଜିତ ଥିଲେ । ତାଙ୍କର ୧୦୦ତମ ଶତକ ୧୬ ମାର୍ଚ୍ଚ ୨୦୧୨ରେ ମିରପୁରରେ ବାଂଲାଦେଶ ବିପକ୍ଷରେ ଆସିଥିଲା, ଯେଉଁଥିରେ ସେ ୧୧୪ ରନ୍ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.2 ° C
    24.2 °
    24.2 °
    97 %
    0.9kmh
    100 %
    Sun
    24 °
    Mon
    27 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ