Monday, October 19, 2026
21.6 C
Odisha

    ୫ ବର୍ଷ ହେଲା ଉତ୍ତରାଖଣ୍ଡରେ ବଢୁଛି ଗ୍ଲାସିୟରର ଆକାର, ବଡ଼ ବିପଦର ସଙ୍କେତ

    ଆଗକୁ ପଢନ୍ତୁ

    ବିଶ୍ବ ତାପାୟନ ଯୋଗୁଁ ସାରା ଦୁନିଆରେ ତାପମାତ୍ରା ବଢ଼ିବାରେ ଲାଗିଛି। ଏଥିପାଇଁ ଗ୍ଲାସିୟର (ବରଫ) ସବୁ ତରଳିବାରେ ଲାଗିଛି। ଦିନକୁ ଦିନ ଗ୍ଲାସିୟର ଆଚ୍ଛାଦିତ ଅଞ୍ଚଳ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏହାକୁ ନେଇ ବିପଜ୍ଜନକ ସ୍ଥିତି ସୃଷ୍ଟି ହୋଇଛି। ଖୁବଶୀଘ୍ର ବିଶ୍ବରୁ ବରଫ ପାହାଡ଼ ଗାଏବ ହୋଇଯିବ ବୋଲି କୁହାଯାଉଛି। ତେବେ ଦେବଭୂମି ଉତ୍ତରାଖଣ୍ଡରୁ ଭିନ୍ନ ଚିତ୍ର ସାମ୍‌ନାକୁ ଆସିଛି। ଏହି ରାଜ୍ୟରେ ହିମାଳୟର ଏକ ଗ୍ଲାସିୟରର ଆକାର ବୃଦ୍ଧି ପାଇବାରେ ଲାଗିଛି। ଏହା ପ୍ରତି ବର୍ଷ ୧୬୩ ମିଟର ହାରରେ ବଢୁଛି। ଏହା ଏକ ଅସ୍ବାଭାବିକ ଘଟଣା। ଏହାକୁ ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାର କାରଣ ଜାଣିବା ପାଇଁ ନୂଆ ଗବେଷଣା ଆରମ୍ଭ କରାଯାଇଛି। ଏହି ଗ୍ଲାସିୟର ଚମୋଲି ପାସ୍‌ ନିକଟସ୍ଥ ଉଚ୍ଚ ହିମାଳୟ କ୍ଷେତ୍ରର ଅବିଗାମୀ ପର୍ବତ ତଳେ ରହିଛି। ‘ୱାଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ ହିମାଳୟାନ ଜୁଲୋଜି’ ପ୍ରତିଷ୍ଠାନର ବୈଜ୍ଞାନିକମାନେ ୨୦୧୯ରୁ ଏହା ଉପରେ ନଜର ରଖି ଆସୁଛନ୍ତି। ଏବେ ପ୍ରଥମ ଗବେଷଣା ରିପୋର୍ଟ ଜାରି କରାଯାଇଛି।

    ରିପୋର୍ଟ ଅନୁଯାୟୀ ୨୦୦୧ରେ ଏହା ବର୍ଷକୁ ୭ ମିଟର ହାରରେ ବଢୁଥିଲା। ଏବେ ଏହି ଗତି ୧୬୩ ମିଟରକୁ ବୃଦ୍ଧି ପାଇଛି। ଏହି ଗ୍ଲାସିୟରର ମୋଟ ଆକାର ୪୮ ବର୍ଗ କିମି ରହିଛି। ଏହା ୨୦୧୯ରେ ୩୯ ବର୍ଗ କିମି ଥିଲା। ଏହାର ଗୋଟିଏ ପାର୍ଶ୍ବ ତିବ୍ବତ ଅଭିମୁଖେ ବୃଦ୍ଧି ପାଉଛି। ତେବେ ଦିନକୁ ୨୭ ମିଟର ହିସାବରେ ଏହା ଦିଗ ବଦଳାଉଛି। ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ ଅନୁଯାୟୀ ହିମାଳୟ କ୍ଷେତ୍ରରେ ୯, ୫୨୭ ଗ୍ଲାସିୟର ରହିଛି। ଏଥିରୁ ଉତ୍ତରାଖଣ୍ଡରେ କେବଳ ୩୬୦୦ ରହିଛି। ତେବେ କେବଳ ଅବିଗାମୀ ପର୍ବତରେ ଗ୍ଲାସିୟରର ଆକାର ବୃଦ୍ଧି ପାଉଛି। ଅନ୍ୟ ସବୁ ତରଳିବାରେ ଲାଗିଛି। ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡ. ମନୀଷ ମେହଟ୍ଟା ଏବଂ ତାଙ୍କ ଟିମ୍‌ ଏହି ଗବେଷଣା କରିଛି। ଶ୍ରୀ ମେହଟ୍ଟା କହିଛନ୍ତି ଯେ ଗ୍ଲାସିୟର ଆକାର ବୃଦ୍ଧି ହିମାଳୟ କ୍ଷେତ୍ରରେ ବଡ଼ ବିପଦର ସଙ୍କେତ ଦେଉଛି। ସାଧରଣତଃ ଆଲାସ୍କାରେ ଏପରି ଗ୍ଲାସିୟର ଦେଖିବାକୁ ମିଳେ। ମାତ୍ର ପ୍ରଥମ ଥର ପାଇଁ ହିମାଳୟ କ୍ଷେତ୍ରରେ ଆକାର ବୃଦ୍ଧି ପାଉଥିବା ଗ୍ଲାସିୟର ଦେଖିବାକୁ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ