Monday, April 21, 2025
39.3 C
Odisha

    ୭ଟି ଉପାୟରେ ଶୀଘ୍ର ହେବ ବିବାହ, ମିଳିବ ମନପସନ୍ଦର ଜୀବନସାଥୀ

    ଆଗକୁ ପଢନ୍ତୁ

    ଅନେକ ସମୟରେ ଖୁବ୍‌ ଚେଷ୍ଟା କରିବା ପରେ ମଧ୍ୟ ଅବିବାହିତ ଯୁବକ, ଯୁବତୀଙ୍କ ବିବାହ ଠିକ୍‌ ହୋଇନଥାଏ । ବାରମ୍ବାର ବିବାହରେ ବାଧା ଆସିବା ସହ ଭାଙ୍ଗି ଯାଇଥାଏ । ଏଭଳି ସମସ୍ୟା ଲାଗି ରହୁଥିଲେ ଏଭଳି କିଛି ସହଜ ଉପାୟ ରହିଛି, ଯାହାର ପାଳନ କରିବା ଦ୍ୱାରା ଶୀଘ୍ର ବିବାହ ହେବା ସହ ବିବାହରେ ଥିବା ସମସ୍ୟା ଦୂର ହୋଇ ମନପସନ୍ଦର ଜୀବନସାଥୀଙ୍କ ସହ ବିବାହ ହୋଇଥାଏ ।ଆସନ୍ତୁ ଜାଣିବା –

    ଶୁକ୍ରବାର ଦିନ କୁଆଁରୀ କନ୍ୟାଙ୍କୁ କ୍ଷୀର ଓ ମିଠା ପ୍ରଦାନ କରନ୍ତୁ । ସଧବା ସ୍ତ୍ରୀ ଲୋକଙ୍କୁ ସାଜସଜ୍ଜା ଓ ସୁହାଗ ଜିନିଷ ଉପହାର ଦିଅନ୍ତୁ । ଏପରି ୧୬ଟି ଶୁକ୍ରବାର କରିବା ଦ୍ୱାରା ବିବାହରେ ଥିବା ବାଧା ଦୂର ହୋଇଥାଏ ।

    ସୋମବାର ଭଗବାନ ଶିବ ଓ ମା’ପାର୍ବତୀଙ୍କୁ କ୍ଷୀର ଅର୍ପଣ କରି ପୂଜାର୍ଚ୍ଚନା କରନ୍ତୁ ।

    ଗୁରୁବାର ଦିନ ଅଟାରେ ପ୍ରସ୍ତୁତ ଜିନିଷ, ଗୁଡ, ଚଣା ଗାଈଙ୍କୁ ଖାଇବାକୁ ଦିଅନ୍ତୁ, ଏହା କଲେ ଶୀଘ୍ର ବିବାହ ହୋଇଥାଏ ।

    ନିୟମିତ ଶିବ-ପାର୍ବତୀଙ୍କୁ ପୂଜାର୍ଚ୍ଚନା କରନ୍ତୁ ।

    ଅବିବାହିତ ଯୁବକ-ଯୁବତୀ ଖଟ ତଳେ ଲୁହା, ଖରାପ ବୈଦ୍ୟୁତିକ ଜିନିଷ, ବ୍ୟବହାର ହେଉନଥିବା ଅଦରକାରୀ ଜିନିଷ ରଖନ୍ତୁ ନାହିଁ ।

    ଗୁରୁବାର ଓ ପୂର୍ଣ୍ଣିମା ତିଥିରେ ବରଗଛ ମୂଳେ ୧୦୮ ଥର ପରିକ୍ରମା କରିବା ଦ୍ୱାରା ଶୀଘ୍ର ବିବାହ ହୋଇଥାଏ ।

    ଗୁରୁବାର ବରଗଛକୁ ପୂଜା କରିବା ସହ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ । ବିବାହରେ ଥିବା ସମସ୍ତ ସମସ୍ୟା ଦୂର ହେବ ।

    ଗୁରୁବାର ଜଳରେ ହଳଦୀ ମିଶାଇ ସ୍ନାନ କରନ୍ତୁ । ଭୋଜନରେ କେସର ମିଶାଇ ସେବନ କରନ୍ତୁ । ଶୀଘ୍ର ବିବାହ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.3 ° C
    39.3 °
    39.3 °
    21 %
    0.9kmh
    0 %
    Mon
    42 °
    Tue
    44 °
    Wed
    44 °
    Thu
    45 °
    Fri
    45 °

    ସମ୍ବନ୍ଧିତ