Friday, January 23, 2026
18.3 C
Odisha

    ୮ ଘଣ୍ଟାର ପରିଶ୍ରମ ପରେ କୂଅରୁ ଉଦ୍ଧାର ହେଲା ଭାଲୁ

    ଆଗକୁ ପଢନ୍ତୁ

    କାଲିମେଳା : ଖାଦ୍ୟ ଖୋଜିବାକୁ ଆସି କୂଅରେ ପଡିଯାଇଥିଲା ଗୋଟିଏ ଭାଲୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଅଧୀନ ଗୋମ୍ପାକୋଣ୍ଡା ଗ୍ରାମ ପଞ୍ଚାୟତର ଏମ୍‌ପିଭି–୨୬ ଗ୍ରାମରେ । ଗ୍ରାମର ବିରେନ ବିଶ୍ୱାସଙ୍କ ବାଡ଼ିରେ ଥିବା ପୁରୁଣା କୂଅ ଭିତରେ ଭାଲୁଟି ପଡିଯାଇଥିଲା ।

    ସକାଳେ ହଠାତ ଭାଲୁର କାନ୍ଦିବା ଶବ୍ଦ ଶୁଣି ପଡ଼ୋଶୀ ଘର ଲୋକେ ଘଟଣାସ୍ଥଳକୁ ଯାଇ ଦେଖିଥିଲେ ଏବଂ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ କାଲିମେଳା ବନ ବିଭାଗ ସହ ଜିଲ୍ଲାର ରେପିଡ୍‌ ରେସପୋନ୍ସ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

    ସକାଳ ୭ଟାରୁ ଲଗାତାର ଚାଲିଥିବା ଉଦ୍ଧାର କାର୍ଯ୍ୟରେ ପ୍ରାୟ ୧୫ରୁ ୨୦ ଜଣ ବନ କର୍ମଚାରୀ ନିୟୋଜିତ ଥିଲେ । ଦୌଡ଼ି, କେଜ ଓ ବିଶେଷ କୌଶଳ ବ୍ୟବହାର କରି ଦୀର୍ଘ ସମୟ ପରେ ଆଜି ଅପରାହ୍ନ ୩ଟାରେ ଭାଲୁଟିକୁ ସୁରକ୍ଷିତ ଭାବେ କୂଅ ଭିତରୁ ଉଦ୍ଧାର କରିଥିଲେ ।

    ଉଦ୍ଧାର ପରେ ଭାଲୁଟିର ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସବୁକିଛି ସାଧାରଣ ଥିବାରୁ ଡିଏଫଓଙ୍କ ନିର୍ଦ୍ଦେଶ ଅନୁଯାୟୀ ଭାଲୁଟିକୁ ସୁରକ୍ଷିତ ଜଙ୍ଗଲରେ ଛାଡ଼ିବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ବନ ବିଭାଗର ଏହି ସମୟୋଚିତ ପଦକ୍ଷେପରେ ଗୋଟିଏ ବନ୍ୟପ୍ରାଣୀର ଜୀବନ ରକ୍ଷା ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.3 ° C
    18.3 °
    18.3 °
    54 %
    2.1kmh
    0 %
    Fri
    18 °
    Sat
    30 °
    Sun
    31 °
    Mon
    32 °
    Tue
    32 °

    ସମ୍ବନ୍ଧିତ