Thursday, April 2, 2026
40.1 C
Odisha

    ୯୦ ହଜାର ଆଇଟି କର୍ମଚାରୀଙ୍କୁ ଚାକିରିରୁ ବିଦା କଲାଣି ଟେକ୍‌ କମ୍ପାନୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସମ୍ପ୍ରତି ଟେକ୍‌ ଶିଳ୍ପରେ ଚାଲିଛି ଛଟେଇ। କେବଳ ଚଳିତବର୍ଷ ସାରା ବିଶ୍ବରେ ୯୦ ହଜାରରୁ ଅଧିକ କର୍ମଚାରୀ ଚାକିରିରୁ ବିଦା ହୋଇଛନ୍ତି। ୨୦୨୨ରେ ଆମାଜନ, ଆଲଫାବେଟ୍, ମାଇକ୍ରୋସଫ୍ଟ ଏବଂ ମେଟା ଭଳି ଟେକ୍‌ କମ୍ପାନୀ ଏଭଳି ବ୍ୟାପକ ଛଟେଇ କରିଥିଲେ। ତେବେ ୨୦୨୪ର ପ୍ରଥମାର୍ଦ୍ଧରେ ୯୮,୮୩୪ କର୍ମଚାରୀଙ୍କୁ ଆଇଟି କମ୍ପାନୀଗୁଡିକ ସାମୟିକ ଅବ୍ୟାହତି ଦେଇଛନ୍ତି। ଆଇଟି କମ୍ପାନୀଗୁଡିକ ୨୦୨୩ ତୁଳନାରେ ଚଳିତଥର ୫୯% ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ୩୩୭ଟି ଟେକ୍ କମ୍ପାନୀ କର୍ମଚାରୀଙ୍କୁ ଦେଖାଇଛନ୍ତି ପ୍ରସ୍ଥାନର ରାସ୍ତା। ସୂଚନାନୁଯାୟୀ, ଖର୍ଚ୍ଚ କାଟ୍‌ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଇ ଟେକ୍‌ କମ୍ପାନୀଗୁଡିକ କର୍ମଚାରୀ ଛଟେଇ ପନ୍ଥା ଆପଣାଇଥିବା ଲେଅଫ୍ସଡଟ୍‌ଏଫ୍‌ୱାଇଆଇ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରୁ ଜଣାପଡିଛି। ତେବେ ଏହି ଛଟେଇରେ ଅଧିକ ବେତନପ୍ରାପ୍ତ କର୍ମଚାରୀମାନେ ନିଜକୁ ବିଶେଷ ଭାବରେ ଅସୁରକ୍ଷିତ ମଣୁଛନ୍ତି। ଭାରତୀୟ ଆଇଟି ଏବଂ ଆଇଟି ସକ୍ଷମ ସେବା (ଆଇଟିଇଏସ୍‌) କ୍ଷେତ୍ରରେ ଏହି ଛଟେଇ ଅଭ୍ୟାସ ଅଧିକରୁ ଅଧିକ ହେବାରେ ଲାଗିଛି। ସର୍ବଭାରତୀୟ ଆଇଟି ଏବଂ ଆଇଟିଏସ୍ କର୍ମଚାରୀ ସଂଘ (ଏଆଇଆଇଟିଇୟୁ)ର ତଥ୍ୟ ଅନୁଯାୟୀ, ୨୦୨୩ରେ ପ୍ରାୟ ଭାରତର ୨୦,୦୦୦ ଟେକ୍ନୋଲୋଜି ପ୍ରଫେସନାଲ ଏପରି ଛଟେଇ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ତେବେ ଏହାର ପ୍ରକୃତ ସଂଖ୍ୟା ଅଧିକ ବୋଲି ସନ୍ଦେହ କରାଯାଉଛି। ପୂର୍ବବର୍ଷ ତୁଳନାରେ ବିଭିନ୍ନ ଆଇଟି କମ୍ପାନୀରେ ମୋଟ ୨୬୨,୯୧୫ କର୍ମଚାରୀ ଛଟେଇ ହୋଇଥିବା ଲେଅଫ୍ସଡଟ୍‌ଏଫ୍‌ୱାଇଆଇର ରିପୋର୍ଟରେ କୁହାଯାଇଛି। ଆର୍ଥିକ ଅବନତି, ମହାମାରୀ ସମୟରେ ଅତ୍ୟଧିକ ନିଯୁକ୍ତି ଏବଂ ଆର୍ଥିକ ସ୍ଥିତିକୁ ବଜାୟ ରଖିବା ପାଇଁ ରଣନୀତିକ ପୁନର୍ଗଠନ ଯୋଜନାର ଚାପ ହେତୁ କମ୍ପାନୀଗୁଡିକ ଏଭଳି କର୍ମଚାରୀ ଛଟେଇ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.1 ° C
    40.1 °
    40.1 °
    17 %
    2.7kmh
    3 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ