Wednesday, April 8, 2026
24.2 C
Odisha

    ୯ ମାଓବାଦୀ ମୃତ: ୫ ମାଓବାଦୀଙ୍କ ଆତ୍ମସମର୍ପଣ

    ଆଗକୁ ପଢନ୍ତୁ

    ଛତିଶଗଡ଼ ସୁକ୍‌ମା ଜିଲା ପୋଲିସ ନିକଟରେ ଜଣେ ମହିଳାଙ୍କ ସମେତ ୫ ମାଓବାଦୀ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମେହେତା ଆର୍‌ପିସି କେଏଏମ୍‌ଏସ୍‌ ସଦସ୍ୟା ପୋଡିୟମ ବୁଦରି, ଗୋଲାପାଲି ଏଲ୍‌ଓଏସ୍‌ ସଦସ୍ୟ ୧ ଲକ୍ଷ ପୁରସ୍କାର ଘୋଷିତ ମଲାମ ଦେବା, ସିଙ୍ଗାରାମ ଆର୍‌ପିସି ଡିକେଏମ୍‌ଏସ୍‌ ସଭାପତି ୧ ଲକ୍ଷ ପୁରସ୍କାର ଘୋଷିତ କାରତମ ହିଡମା, ସିଙ୍ଗାରାମ ଆରପିସି ମିଲିସିଆ ସଦସ୍ୟ ମାଡବି ଯୋଗୀ ଓ ଅଲମପାଲୀ ପଞ୍ଚାୟତ ସିଏନ୍‌ଏସ୍‌ ଉପାଧ୍ୟକ୍ଷ ଦୁଧୀ ଜଗା ା ସୁକ୍‌ମା ଜିଲା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅନନ୍ତ ହାଂସ, ସହକାରୀ କମାଣ୍ଡାଣ୍ଟ ୧୩୧ ବାହିନୀ ସିଆର୍‌ପିଏଫ୍‌ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ପୋଲିସ ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ, ରାସ୍ତାରେ ଲାଣ୍ଡମାଇନ୍‌ ଲଗାଇବା, ରାସ୍ତା ଖୋଳିବା ଓ ମୁଖ୍ୟରାସ୍ତା ଅବରୋଧ କରିବା ଭଳି ବିଭିନ୍ନ ହିଂସାରେ ଜଡ଼ିତ ଥିଲେ।

    ଏହା ପୂର୍ବରୁ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ପୋଲିସ ସହ ଗୁଳି ବିନିମୟରେ ମଙ୍ଗଳବାର ୯ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି। ସେମାନେ ବ୍ୟବହାର କରୁଥିବା ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ା ଡିଆର୍‌ଜି ଓ ସିଆର୍‌ପିଏଫ୍‌ ବାହିନୀ ମିଳିତ ଭାବେ ମାଓବାଦୀ ଦମନ ଅଭିଯାନରେ ସର୍ଚ୍ଚ ଅପରେଶନ କରୁଥିଲେ। ଦାନ୍ତଓ୍ବୋଡା ଓ ବିଜାପୁର ସୀମାବର୍ତ୍ତୀ ଅଞ୍ଚଳ ପଶ୍ଚିମବସ୍ତର ଡିଭିଜନରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ସର୍ଚ୍ଚ ଅପରେଶନ କରାଯାଇଥିଲା। ଲୋହା ଗ୍ରାମ ପେଡିଆ ଜଙ୍ଗଲରେ ମାଓବାଦୀମାନେ ଥିବା ଜାଣି ସୁରକ୍ଷା କର୍ମୀମାନେ ସେଠାକୁ ଯାଇଥିଲେ। ଯବାନମାନଙ୍କ ଆସିବା ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିବା ବେଳେ ପାଲଟା ଜବାବରେ ସୁରକ୍ଷା କର୍ମୀମାନେ ମଧ୍ୟ ଗୁଳି ଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଗୁଳି ଚାଳନା ଚାଲିଥିବା ବେଳେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଆକ୍ରମଣକୁ ସାମ୍ନା୍‌କରି ନ ପାରି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ସର୍ଚ୍ଚ ସମୟରେ ୯ ମାଓବାଦୀଙ୍କ ମୃତଦେହ ଜବତ କରାଯାଇଥିଲା। ଏଥିସହ ଘଟଣାସ୍ଥଳରୁ ଏସ୍‌ଏଲ୍‌ଆର୍‌ ୩୦୩ ରାଇଫଲ, ୩୧୫ ବୋର୍‌ ରାଇଫଲ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ