Monday, March 30, 2026
25.1 C
Odisha

    ୱାୟାନାଡରେ ସ୍ମୃତି ଇରାନୀଙ୍କ ରୋଡ ସୋ

    ଆଗକୁ ପଢନ୍ତୁ

    କେରଳର ୱାୟାନାଡରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ନାମାଙ୍କନ ଭରିବାର ୨୪ ଘଣ୍ଟା ପରେ ଇରାନୀ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନରେ ଯୋଗ ଦେଉଛନ୍ତି। ଏପ୍ରିଲ ୨୬ରେ କେରଳରେ ନିର୍ବାଚନ ଅନୁଷ୍ଠିତ ହେବ, ଯେଉଁଠାରେ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇବେ ସିପିଆଇର ପ୍ରାର୍ଥୀ ଏନି ରାଜା ଏବଂ ବିଜେପିର ପ୍ରଦେଶ ଅଧ୍ୟକ୍ଷ କେ. ସୁରେନ୍ଦ୍ରନ୍। ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ପରେ ସ୍ମୃତି ସହରରେ ଏକ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି। ରୋଡ୍ ସୋ’ ବେଳେ ସେ କହିଛନ୍ତି ଯେ, ମୁଁ ଅମେଠି ଭଳି ସ୍ଥାନରୁ ଆସିଛି। ଯେଉଁଠି ଗାନ୍ଧୀ ପରିବାର ୫୦ ବର୍ଷ ଶାସନ କରିଥିଲେ। ରାହୁଲ ଗାନ୍ଧୀ PFI ପରି ବ୍ୟାନ୍ ହୋଇଥିବା ସଂଗଠନ ଗୁଡ଼ିକ ଠାରୁ ସହାୟତା ନେଉଥିବା କହିଛନ୍ତି ସ୍ମୃତି। ୨୦୧୯ ଲୋକସଭା ନିର୍ବାଚନରେ ​​ସ୍ମୃତି ଇରାନୀ ଉତ୍ତରପ୍ରଦେଶର ଅମେଠି ଆସନରୁ ରାହୁଲ ଗାନ୍ଧୀଙ୍କୁ ପରାଜିତ କରିଥିଲେ। ଏହି ଆସନକୁ କଂଗ୍ରେସର ଗଡ଼ କୁହାଯାଉଥିଲେ ମଧ୍ୟ ଦଳ ହାରିଯାଇଥିଲା। ସେହି ସମୟରେ ରାହୁଲ ଗାନ୍ଧୀ ଦଳର ସଭାପତି ଥିଲେ।

    ଗତ ମାସରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଅଭିଯୋଗ କରିଥିଲେ ଯେ ଯେତେବେଳେ ସୋନିଆ ଗାନ୍ଧୀ କେନ୍ଦ୍ରରେ କ୍ଷମତାରେ ଥିଲେ ଏବଂ ତାଙ୍କ ସହଯୋଗୀ ଅଖିଳେଶ ଯାଦବ ଉତ୍ତରପ୍ରଦେଶରେ କ୍ଷମତାରେ ଥିଲେ । ସେତେବେଳେ ସେମାନେ ଅମେଠିର ବିକାଶ ପ୍ରତି ଧ୍ୟାନ ଦେଇନଥିଲେ। ଅମେଠି ନିଜ ପରିବାର କହୁଥିବା କଂଗ୍ରେସ ଦଳ କିନ୍ତୁ ପରିବାରର ଦାୟିତ୍ୱ ପୂରଣ କରିନଥିଲା।

    ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୱାୟାନାଡର ସାଂସଦ ଅଛନ୍ତି। ସେ ଗତକାଲି ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ତାଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ନାମାଙ୍କନ ପୂର୍ବରୁ ରାହୁଲ ଗାନ୍ଧୀ ଏକ ବଡ ରୋଡ୍ ସୋ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    47 %
    0.4kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ