Thursday, September 19, 2024
25.2 C
Odisha

    ଅଚଳ ହେଲା ୧ କୋଟି ମୋବାଇଲ ନମ୍ବର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମୋବାଇଲ ଫୋନ ମାଧ୍ୟମରେ ହେଉଥିବା ଠକେଇ ରୋକିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ଜାଲ୍ ମୋବାଇଲ ସଂଯୋଗ ବିରୋଧରେ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାର ପ୍ରାୟ ୧ କୋଟି ମୋବାଇଲ ସଂଯୋଗ ବନ୍ଦ କରାଯାଇଛି, ଯେଉଁଗୁଡ଼ିକ ବ୍ୟବହାର କରି ଠକେଇ କରାଯାଉଥିଲା। କେନ୍ଦ୍ର ଦୂରସଂଚାର ବିଭାଗ( ଡିଓଟି) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

    ସରକାର ପ୍ରାୟ ୧ କୋଟି ମୋବାଇଲ ସଂଯୋଗ ବନ୍ଦ କରାଯାଇଛି, ଯେଉଁଗୁଡ଼ିକ ବ୍ୟବହାର କରି ଠକେଇ କରାଯାଉଥିଲା। କେନ୍ଦ୍ର ଦୂରସଂଚାର ବିଭାଗ( ଡିଓଟି) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
    କିଛି ଦିନ ତଳେ ଠକେଇ ବା ସ୍ପାମ କଲକୁ ରୋକିବା ପାଇଁ ଟ୍ରାଇ ପକ୍ଷରୁ ଟେଲିକମ ଅପରେଟରମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ସେମାନେ ତୁରନ୍ତ ନକଲି ସଂଯୋଗକୁ ବନ୍ଦ ଓ କଳା ତାଲିକାଭୁକ୍ତ କରିବା ଆରମ୍ଭ କରନ୍ତୁ ବୋଲି କୁହାଯାଇଛି। ଏଥିରେ ରୋବୋ କଲ୍ ଏବଂ ପ୍ରି-ରେକର୍ଡ ହୋଇଥିବା କଲ୍ ମଧ୍ୟ ସାମିଲ ଥିଲା। ସୂଚନାଯୋଗ୍ୟ, ଗତ କିଛି ବର୍ଷ ମଧ୍ୟରେ ପ୍ରାୟ ସାଢ଼େ ୩ ଲକ୍ଷ ନମ୍ବର ବନ୍ଦ ହୋଇଯାଇଥିଲା। ଏହା ସହ ୫୦ଟି ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇଛି।

    କେବଳ ଏତିକି ନୁହେଁ କମ୍ୟୁନିକେସନ ପାର୍ଟନରଙ୍କ ସହାୟତାରେ ପ୍ରାୟ ୨.୨୭ ଲକ୍ଷ ମୋବାଇଲ ହ୍ୟାଣ୍ଡସେଟକୁ ମଧ୍ୟ ବ୍ଲକ୍ କରାଯାଇଥିଲା। ସେମାନେ ସାଇବର ଠକେଇ ଓ ଆର୍ଥିକ ଠକେଇରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ନେଟୱାର୍କରେ ଉନ୍ନତି ଆଣିବା ପାଇଁ ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ନିରନ୍ତର ପ୍ରୟାସ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ