Saturday, July 27, 2024
24.6 C
Odisha

    ପୋଲିସ ହାତରେ ଡକାୟତ ଗ୍ୟାଙ୍ଗ । ୩ ଦିନରେ ଧରାପଡ଼ିଲେଣି ୧୦ ଲୁଟେରା

    ଆଗକୁ ପଢନ୍ତୁ

    ଢ଼େଙ୍କାନାଳ ପୋଲିସ ହାତରେ ଡକାୟତ ଗ୍ୟାଙ୍ଗ । ୩ ଦିନରେ ଧରାପଡ଼ିଲେଣି ୧୦ ଲୁଟେରା । ଭାପୁର ଫାଣ୍ଡି ଅନ୍ତର୍ଗତ କଦମପାଳ ଗାଁରେ ୪ଜଣ ସନ୍ଦିଗ୍ଧ ସକାଳୁ ସକାଳୁ ନିଆଁ ପୋଉଁଥିବା ବେଳେ ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଗିରଫ କରିଛି । ଏମାନେ ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ଲୁଟ୍ କରିଥିବା ନେଇ ଅଭିଯୋଗ ରହିଛି । ଡକାୟତଙ୍କ ଠାରୁ ୩ଟି ବାଇକ, ମାରଣାସ୍ତ୍ର ଓ ମୋବାଇଲ ଜବତ ହୋଇଛି । ସେହିପରି ବିଦ୍ୟୁତ୍ ସବଷ୍ଟେସନରେ ପଶି ଡକାୟତି କରିଥିବା ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଢେଙ୍କାନାଳ ପୋଲିସ । ସମସ୍ତ ଡକାୟତ ଅନୁଗୁଳ ବିକ୍ରମପୁର ଥାନା ଅଂଚଳର ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡ଼ିଛି । ଗତ ୩୧ ତାରିଖରେ ଢେଙ୍କାନାଳ କଲେଜ ବାଇପାସ୍ ସ୍ଥିତ ବିଦ୍ୟୁତ୍ ସବଷ୍ଟେସନରେ ପଶି ଲୁଟ୍ କରିଥିଲେ ଏହି ଗ୍ୟାଙ୍ଗ । କର୍ମଚାରୀଙ୍କୁ ହାତ ଗୋଡ଼ ବାନ୍ଧି ମାଡ଼ ପିଟ୍ କରିବା ସହ ସେମାନଙ୍କ ଠାରୁ ସୁନା ମୁଦି ଲକେଟ ନଗଦ ଟଙ୍କା ସହ ଅନ୍ୟ ସାମଗ୍ରୀ ମଧ୍ୟ ଲୁଟ୍ କରି ଥିଲେ । ସେହି ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ଠାରୁ ଏକ ବନ୍ଧୁକ, ଗୋଟିଏ ବୋଲେରୋ, ମଟର ସାଇକେଲ ଓ ୩ଟି ମୋବାଇଲ ଫୋନ ସହ ୫୫ ହଜାର ଟଙ୍କା ଜବତ କରିଛି ପୋଲିସ । ୨ଜଣ ଡକାୟତ ଏବେ ବି ଫେରାର ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ