Saturday, July 27, 2024
24.6 C
Odisha

    ବାଲ୍ୟ ବିବାହ ଓ ଡ୍ରପ ଆଉଟ୍ ରୋକିବା ପାଇଁ ନବରଙ୍ଗପୁରର ପ୍ରାର୍ଥନା ମିଶ୍ରଙ୍କ ନିଆରା ପ୍ରୟାସ

    ଆଗକୁ ପଢନ୍ତୁ

    ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଗାଁର ପ୍ରାର୍ଥନା ମିଶ୍ର । ବୟସ ମାତ୍ର ଚଉଦ ବର୍ଷ । ହେଲେ କାମ କିନ୍ତୁ ମହାନ । ଶିକ୍ଷାର ଗୁରୁତ୍ୱ ବୁଝି ଗ୍ରାମାଂଚଳରୁ ଡ୍ରପଆଉଟ୍ ଓ ବାଲ୍ୟବିବାହ ରୋକିବା ପାଇଁ ପଣ କରିଛନ୍ତି ପ୍ରାର୍ଥନା । ଘର ଘର ବୁଲି ଲୋକଙ୍କୁ ବୁଝାଇ ଏଥିରେ ସଫଳ ହୋଇଛନ୍ତି । ଗାଁର ଅନେକ ଡ୍ରପଆଉଟ୍ ଛାତ୍ରଛାତ୍ରୀଙ୍କୁ ବୁଝାଇ ପୁନର୍ବାର ବିଦ୍ୟାଳୟ ମୁହାଁ କରାଇଛନ୍ତି । ୪ଟି ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛନ୍ତି ପ୍ରାର୍ଥନା । ପିଲାଦିନୁ ନିଜ ବାପା-ମା’ଙ୍କୁ ହରାଇ ମାଉସୀ ଭାଗ୍ୟବତୀ ଷଡଙ୍ଗୀଙ୍କ ପାଖରେ ରୁହନ୍ତି ପ୍ରାର୍ଥନା । ତାଙ୍କ ମାଉସୀ ଜଣେ ଅଙ୍ଗନବାଡ଼ି କର୍ମୀ ଭାବେ କାମ କରନ୍ତି । ମାଉସୀଙ୍କ ସହିତ ଅଙ୍ଗନୱାଡି କେନ୍ଦ୍ରରେ ହେଉଥିବା ଅଦ୍ୱିକା ବୈଠକରେ ନିୟମିତ ଯୋଗ ଦେଇ ସମସ୍ତ କିଶୋର କିଶୋରୀ କିପରି ପାଠ ପଢିବେ, ଅଧାରୁ ଯେପରି କେହି ପାଠ ନଛାଡିବେ, ବାଲ୍ୟ ବିବାହର କୁପରିଣାମ, ରକ୍ତ ହୀନତାର ମୁକାବିଲା, ସନ୍ତୁଳିତ ଆହାର ଓ ଶିଶୁ ଅଧିକାର ଉପରେ ଘର ଘର ବୁଲି କିଶୋରୀ ମାନଙ୍କୁ ବୁଝାଉଛନ୍ତି ନାବାଳିକା ଝିଅ । ସମସ୍ତ ପ୍ରେରଣାର ଉତ୍ସ ଅଙ୍ଗନବାଡି କେନ୍ଦ୍ର ବୋଲି କହିଛନ୍ତି ପ୍ରାର୍ଥନା ମିଶ୍ର । ନିଜେ ପାଠପଢିବା ସହ ସମାଜସେବାକୁ ଜୀବନର ଲକ୍ଷ୍ୟ ଭାବେ ବାଝିଛନ୍ତି । ଏତେ କମ୍ ବୟସରୁ ଏଭଳି ମହତ କାମ ପାଇଁ ତାଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ