Wednesday, April 1, 2026
30.8 C
Odisha

    ୫ ବର୍ଷରେ ୧୧ ଏମଏସଏମଇ ପାର୍କ ନିର୍ମାଣ ହେବ: ବିଜେପି ସରକାରଙ୍କ ୧୦୦ ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀଙ୍କ ସୂଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆସନ୍ତା ୫ ବର୍ଷରେ ୧୧ ଏମଏସଏମଇ ପାର୍କ ନିର୍ମାଣ ହେବ। ଏଫଡିଆଇ ପାର୍କ ନିର୍ମାଣ ହେବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି। ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୬ଟି ଏମଏସଏମଇ ପାର୍କ ଅଛି । ସେହିପରି ଆଗାମୀ ୫ ବର୍ଷ ଭିତରେ ୪ଟି ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ନିର୍ମାଣ ହେବ। ବିଜେପି ସରକାରଙ୍କ ୧୦୦ ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଏହି ସୂଚନା ପ୍ରଦାନ କରିଛନ୍ତି।
    ସେ କହିଛନ୍ତି ଗତକାଲି ଉଚ୍ଚସ୍ତରୀୟ ବୈଠକରେ ୧୨ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିରେ ୩୯ ହଜାର କୋଟିର ନିବେଶ ହେବ।

    ଗତ ୧୦୦ ଦିନ ଭିତରେ ୪୫ ହଜାର କୋଟିର ପୁଞ୍ଜି ନିବେଶ ବ୍ୟବସ୍ଥା ହୋଇଛି। ଏହା ଦ୍ବାରା ୨୩ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶ୍ରମିକ ମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ ହେବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ