Monday, October 19, 2026
21.9 C
Odisha

    କରମା ପୂଜା ଦେଖିବାକୁ ଆସିଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: କରମା ପୂଜା ଦେଖିବାକୁ ଆସିଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ ଏହି ଲଜ୍ଜା ଜନକ ଘଟଣା ଘଟିଛି। ୩ ଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ୨ ଜଣ ନାବାଳକ ଥିବା ଜଣା ପଡ଼ିଛି । ସେମାନଙ୍କ ଘର ବୀରମିତ୍ରପୁର ଥାନା ରାଇବଗା ଅଞ୍ଚଳରେ ବୋଲି ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
    ମିଳିଥିବା ସୂଚନା ଅନୁସାରେ ଗତ ୧୬ ତାରିଖ ରାତିରେ ଯୁବତୀ ଜଣଙ୍କ ରାଜଗାଙ୍ଗପୁରକୁ କରମା ପୂଜା ଦେଖିବାକୁ ଆସିଥିଲେ। ଏହି ସମୟରେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କ ଏନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ୧୭ ତାରିଖରେ ପରିବାର ଲୋକେ କୁତ୍ରା ଥାନାରେ ଏସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ।

    ଯୁବତୀଙ୍କ ଅଭିଯୋଗ ଅନୁସାରେ ଏହି ମାମଲାରେ ୩ ଜଣ ସାମିଲ ଥିଲେ । ଆଉ ସେଥିରେ ଦୁଇ ଜଣ ନାବାଳକ ମଧ୍ୟ ଥିଲେ ବୋଲି ସେ କହିଛନ୍ତି । ପୁଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ