Friday, October 2, 2026
24.8 C
Odisha

    ନୂଆବର୍ଷ ପାଳନ ସମୟରେ ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ, ୧୨ ଜଣଙ୍କର ମୃତ୍ୟୁ

    ଆଗକୁ ପଢନ୍ତୁ

    କାଲିଫର୍ଣ୍ଣିଆ: ଆମେରିକାର ନ୍ୟୁ ଅର୍ଲିୟନ୍ସରେ ଏକ ବଡ଼ ଦୁର୍ଘଟଣା ଘଟିଛି | ନୂଆବର୍ଷ ଉତ୍ସବ ପାଳନ ସମୟରେ ଜଣେ ଟ୍ରକ ଚାଳକ ଉପସ୍ଥିତ ଲୋକଙ୍କ ଉପରେ ଟ୍ରକ ଚଢ଼ାଇଦେଇଥିଲେ | ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ବୁଧବାର ଦିନ ସହରର ଏକ ପ୍ରସିଦ୍ଧ ବାର୍ବନ୍ ଷ୍ଟ୍ରିଟ୍ ଅଞ୍ଚଳରେ ଏକ ଟ୍ରକ ହଠାତ ଭିଡ ଭିତରକୁ ପଶି ସେମାନଙ୍କୁ ଧକ୍କା ଦେଇଥିଲା।
    ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଏକ ଟ୍ରକ ଭିଡ଼ ଭିତରକୁ ପଶି ଆସିଥିଲା ଓ ଏହାର ଡ୍ରାଇଭର ଗାଡିରୁ ବାହାରି ଗୁଳି ଚଳାଇବା ଆରମ୍ଭ କରିଥିଲା, ଏହାର ଜବାବରେ ପୁଲିସ ମଧ୍ୟ ଗୁଳି ଚଳାଇଥିଲା। ପୁଲିସର କହିବା କଥା ଯେ ଏଥିରେ କାହାର ସମ୍ପୃକ୍ତି ଅଛି ସେନେଇ ଜଣାପଡିନାହିଁ ଓ ତଦନ୍ତ ଚାଲିଛି |

    ଲୋକମାନେ ନୂଆ ବର୍ଷ ଉତ୍ସବ ପାଳନରେ ମସଗୁଲ ଥିବାବେଳେ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ | ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଟ୍ରକ ଡ୍ରାଇଭରକୁ ଖୋଜାଯାଉଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ