Thursday, September 18, 2025
24.2 C
Odisha

    କଣ୍ଟାବାଞ୍ଜି ପୁରୁଣା ବସ୍ ଷ୍ଟାଣ୍ଡର ଅଧୁନୀକରଣ ଦାବି । ପ୍ରତିବାଦରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା

    ଆଗକୁ ପଢନ୍ତୁ

    ବସଷ୍ଟାଣ୍ଡ ବିବାଦକୁ ନେଇ କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ନୂଆ ବସଷ୍ଟାଣ୍ଡ ନିର୍ମାଣ କାମକୁ ସ୍ଥଗିତ ରଖିବା ଏବଂ ବର୍ତମାନର ବସଷ୍ଟାଣ୍ଡର ଆଧୁନିକିକରଣ ଦାବିରେ ଧାରଣାକୁ ଓହ୍ଲାଇଛନ୍ତି କଣ୍ଟାବାଞ୍ଜି ନଗର କମିଟି ଓ ସମଲେଶ୍ୱରୀ ମାର୍କେଟ କମ୍ପେ୍ଲକ୍ସ କମିଟି । ସହରର ଅସ୍ଥାୟୀ ବସଷ୍ଟାଣ୍ଡରେ ରହିଛି ସମଲେଶ୍ୱରୀ ମାର୍କେଟ୍ କମ୍ପେ୍ଲକ୍ସ । ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଲେ ୩ଶହରୁ ଅଧିକ ଦୋକାନୀ ଜୀବିକା ହରାଇବେ । ଫଳରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ବିରୋଧ କରି ପ୍ରତିବାଦକୁ ଓହ୍ଲାଇଛି କମିଟି । ବନ୍ଦ ପାଳନରେ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟାଙ୍କ, ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ବି ବନ୍ଦ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    92 %
    0.8kmh
    100 %
    Thu
    31 °
    Fri
    31 °
    Sat
    32 °
    Sun
    31 °
    Mon
    31 °

    ସମ୍ବନ୍ଧିତ