Sunday, January 25, 2026
16.3 C
Odisha

    ପାଗଳ ବିଲୁଆ ଆକ୍ରମଣରେ ୧୩ ଆହତ, ୩ଜଣ ଗୁରୁତର

    ଆଗକୁ ପଢନ୍ତୁ

    ଭୋଗରାଇ: ଭୋଗରାଇ ବ୍ଲକ ଦାହୁଣଦା ପଞ୍ଚାୟତରେ ବିଲୁଆ ଆକ୍ରମଣରେ ୧୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପାଗଳ ବିଲୁଆ ଆକ୍ରମଣରେ ଡେମୁରିଆ ଗ୍ରାମର ଗୀତାଞ୍ଜଳୀ ଦାସ ଓ କମଳାକାନ୍ତ ଦାସ, କାଶିଆ ଗ୍ରାମର ଶଙ୍କର ଦାସ, ହେମାଙ୍ଗୀନି ଦାସ,ବଲାଇ ରାଉଳ, ମଞ୍ଜୁଲତା ରାଉଳ, ଅନୁରାଧା ରାଉଳ, ସୁମିତ୍ରା ରାଣୀ ଦାସ,ପିଙ୍କି ଦାସ, ବାସନ୍ତୀ ଦାସ,ଗଙ୍ଗାଧର ଦାସ,କାଜଲ ବଣ,ବନ୍ଦିତା ବଣ ପ୍ରମୁଖ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ୧୦ ଜଣ ଘରକୁ ଫେରି ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଚିକିତ୍ସିତ ହେଉଛନ୍ତି। ଗ୍ରାମବାସୀମାନେ ମିଳିମିଶି ପାଗଳ ବିଲୁଆକୁ ମାରି ଦେଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.3 ° C
    16.3 °
    16.3 °
    36 %
    1.9kmh
    0 %
    Sat
    16 °
    Sun
    30 °
    Mon
    31 °
    Tue
    32 °
    Wed
    33 °

    ସମ୍ବନ୍ଧିତ