Monday, March 23, 2026
27.4 C
Odisha

    ସାଧାରଣ ନିର୍ବାଚନ: ଜାଣନ୍ତୁ କେଉଁ ୧୫ଟି ବିଧାନସଭା ଆସନରେ ୩ ପ୍ରମୁଖ ଦଳ କରି ନାହାନ୍ତି ପ୍ରାର୍ଥୀ ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ପାଣିପାଗରେ ଉଷ୍ନତା ଦେଖାଯାଇଛି। ଆସନ୍ତା ମାସ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଂଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଂସଦ ଓ ବିଧାନସଭା ପ୍ରାର୍ଥୀଙ୍କୁ ମତଦାତାମାନେ ଭୋଟ ଦେବେ। ଭୋଟ୍‌ଦାନ ତାରିଖ ଯେତିକି ପାଖେଇ ଆସୁଛି। ରାଜନୈତିକ ଦଳ, ନେତା ଓ କର୍ମୀଙ୍କ ମଧ୍ୟରେ ସେତିକି ଚିନ୍ତା ପଶୁଛି। ଅନ୍ୟପଟରେ‌େ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା କିଛି ଆସନରେ ତିନି ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ସେଥିପାଇଁ ସ୍ଥାନୀୟ ଆଶାୟୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମ ପର୍ଯ୍ୟାୟ ମେ’ ୧୩ ତାରିଖରେ କଳାହାଣ୍ଡି, ନବରଂଗପୁର, ବ୍ରହ୍ମପୁର ଓ କୋରାପୁଟ ଲେକସଭା ଅଧୀନ ୨୮ଟି ବିଧାନସଭା ଆସନରେ ମତଦାନ ହେବ। ଏହି ୪ଟି ସଂସଦୀୟ କ୍ଷେତ୍ର ଅଧୀନରେ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଂଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା,ପାରଳାଖେମୁଣ୍ଡି, ଗୁଣପୁର, ବିସମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କେରାପୁଟ ଓ ପଟ୍ଟାଙ୍ଗି ରହିଛି।

    ତେବେ ଖରିଆର, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡିରେ କଂଗ୍ରେସ, ନର୍ଲା, ଚିତ୍ରକୋଣ୍ଡା, ରାୟଗଡ଼ା, ଲକ୍ଷ୍ମୀପୁର ଓ ଜୟପୁରରେ ବିଜେଡି ଏବଂ ଝରିଗାଁ, ଡାବୁଗାଁ, କୋଟପାଡ, ଚିତ୍ରକୋଣ୍ଡା, ବିସମକଟକ, ରାୟଗଡ଼ା, ଲକ୍ଷ୍ମୀପୁର ଓ ଜୟପୁରରେ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ସେହିପରି ଦ୍ବିତୀୟ, ତୃତୀୟ ଓ ଅନ୍ତିମ ପର୍ଯ୍ୟାୟରେ ହେବାକୁ ଥିବା ଆସନଗୁଡ଼ିକରେ ମଧ୍ୟ ସଂପୂର୍ଣ୍ଣ ରୂପେ ତିନି ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    27 %
    1.6kmh
    99 %
    Mon
    29 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ