Sunday, September 13, 2026
24 C
Odisha

    ଭୋପାଳରୁ ୧୮୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ, ୨ ଗିରଫ

    ଆଗକୁ ପଢନ୍ତୁ

    ଭୋପାଳ: ଭୋପାଳରେ ଆଜି ଏକ କାରଖାନାରୁ ୧୮୦୦ କୋଟି ଟଙ୍କାର ସିନ୍ଥେଟିକ୍‌ ଡ୍ରଗ୍ସ ଜବତ ହେବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଏବଂ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍)ର ମିଳିତ ଅପରେସନରେ ଏହି ଡ୍ରଗ୍ସ ଜବତ ହୋଇଛି। ଭୋପାଳ ନିକଟରେ ଥିବା ଏକ କାରଖାନାରେ ଚଢ଼ଉ ବେଳେ ଏହି ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ ହୋଇଥିବା ବେଳେ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି।
    ଏହି କାରଖାନାରେ ପ୍ରସ୍ତୁତ ହେଉଥିବା ଏମ୍‌ଡି (ମେଫେଡ୍ରୋନ୍) ଡ୍ରଗ୍ସ ଜବତ ହେବାପରେ ଏହାର ଚାଲାଣ ନେଟ୍‌ୱର୍କ ଠାବ କରିବା ପାଇଁ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଛି। ବେଆଇନ ନିଶା ଦ୍ରବ୍ୟ ଉତ୍ପାଦନ ମାମଲାରେ କର୍ତ୍ତୃପକ୍ଷ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିବା ବେଳେ ଏହା ପଛରେ ଏକ ବଡ଼ ରୢାକେଟ୍‌ କାମ କରୁଥିବା ପ୍ରମାଣ ମିଳିଛି। ଡ୍ରଗ୍ସ ବିରୋଧୀ ଲଢ଼ଇରେ ଏହା ଏକ ବଡ଼ ସଫଳତା ବୋଲି କୁହାଯାଇଛି। ଗୁଜରାଟ ଏଟିଏସ୍ ଏବଂ ଦିଲ୍ଲୀସ୍ଥିତ ଏନ୍‌ସିବି କେତେକ ଗୁଇନ୍ଦା ସୂଚନା ଆଧାରରେ ଏହି ଚଢ଼ଉ କରିଥିଲା।

    ଆଜି ଜବତ ହୋଇଥିବା ଡ୍ରଗ୍ସର ମୂଲ୍ୟ ୧୮୧୪ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିଗୁଡ଼ିକ ଡ୍ରଗ୍ସ କାରବାର ରୋକିବା ପାଇଁ ଏହାର ନେଟ୍‌ୱର୍କ ଭାଙ୍ଗିବାକୁ ଯୋଜନାବଦ୍ଧ ରଣନୀତିରେ କାମ କରୁଛନ୍ତି। ସିନ୍ଥେଟିକ ଡ୍ରଗ୍ସର କାୟାବିସ୍ତାରକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ସ୍ବତନ୍ତ୍ର ଟାସ୍କ୍‌ଫୋର୍ସ କାମ କରୁଛି ନିକଟରେ ଦକ୍ଷିଣ ଦିଲ୍ଲୀର ମହିପାଲପୁରରୁ ୫୬୦ କିଲୋଗ୍ରାମରୁ ଅଧିକ କୋକେନ୍ ଏବଂ ୪୦ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫,୬୨୦ କୋଟି ଟଙ୍କା ହେବ। ଏହି ଡ୍ରଗ୍ସ କାରବାରରେ ୪ ଜଣଙ୍କୁ ଗିରଫ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    94 %
    1.1kmh
    65 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ