Friday, September 20, 2024
24.1 C
Odisha

    ୨ ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା: ସଜାଇ ହେଉଛି ସ୍ନାନବେଦି

    ଆଗକୁ ପଢନ୍ତୁ

    ପୁରୀ: ଆଉ ଦୁଇଦିନ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଭକ୍ତ ସ୍ନାନପୂର୍ଣ୍ଣିମାରେ ଦର୍ଶନ ପାଇଁ ଆସିପାରନ୍ତି ଓ ପ୍ରାୟ ୭ରୁ ୮ ଲକ୍ଷ ଭକ୍ତଙ୍କ ସମାଗମ ହୋଇପାରେ ବୋଲି ପୂର୍ବ ଆକଳନ କରାଯାଉଛି। ଭକ୍ତଙ୍କ ଏହି ଭିଡ଼କୁ ଆଖି ଆଗରେ ରଖି ଦର୍ଶନ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଛି। ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଉଛି। ବଡ଼ଦାଣ୍ଡରେ ଛାୟାପ୍ରଦ ସେଡ୍‌ ବ୍ୟବସ୍ଥା କରାଯାଉଛି। ଭକ୍ତମାନେ ମାର୍କେଟ୍‌ ଛକରୁ ଧାଡ଼ିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ।
    ୨ ଦିନ ପରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା
    ଶ୍ରୀମନ୍ଦିର ବାହାର ଓ ଭିତରେ ଧାଡ଼ି ବ୍ୟବସ୍ଥା
    ସିଂହଦ୍ବାରରେ ପ୍ରବେଶ, ହସ୍ତୀଦ୍ବାରରେ ପ୍ରସ୍ଥାନ

    ସ୍ନାନବେଦିକୁ ସୁଦୃଶ୍ୟ କରିବା ପାଇଁ ରଙ୍ଗତୂଳୀରେ ସଜ୍ଜୀକରଣ କାର୍ଯ୍ୟ ଜାରି ରହିଛି। ଅପରପକ୍ଷେ ଏତେ ସଂଖ୍ୟକ ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୭୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହ ୪ ଜଣ ଏସ୍‌ପି, ୧୨ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ଡିଏସ୍‌ପି ରୢାଙ୍କ୍‌ର ଅଧିକାରୀ, ୩୫ ଜଣ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି। ପୂର୍ବବର୍ଷ ଯାହା ଦର୍ଶନ ବ୍ୟବସ୍ଥା ଥିଲା, ଚଳିତବର୍ଷ ସେହି ଦର୍ଶନ ବ୍ୟବସ୍ଥା କରାଯାଇଛି ବୋଲି ଏସ୍‌ପି ପିନାକ ମିଶ୍ର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ