Wednesday, April 8, 2026
22.9 C
Odisha

    ଧକ୍କା ଦେଲା ବାଇକ୍, ଚାଲିଗଲା ଜୀବନ

    ଆଗକୁ ପଢନ୍ତୁ

    ଦଶପଲ୍ଲା: ଦଶପଲ୍ଲା–ଗଣିଆ ରାସ୍ତାର ଡ଼ିହଗାଁ ଛକଠାରେ ଗତକାଲି ରାତି ସାଢ଼େ ୯ଟା ସମୟରେ ଏକ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ଗୁରୁତର ହୋଇଛନ୍ତି। ମୃତକଦ୍ୱୟ ହେଲେ ଡିହଗାଁ ଗ୍ରାମର ସୁଦର୍ଶନ ପ୍ରଧାନ (୫୫) ଏବଂ ଡିଗିରି ଗାଁର ଶୁକ୍ରେସନ ବାଜୁ(୫୫)। ଗୁରୁତର ବାଇକ୍ ଚାଳକଜଣକ ହେଲେ ମଧ୍ୟଖଣ୍ଡ ଗ୍ରାମର ଦିବ୍ୟଜ୍ୟୋତି ପଣ୍ଡା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।
    ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ ମଧ୍ୟଖଣ୍ତ ଗ୍ରାମର ଦିବ୍ୟଜ୍ୟୋତି ପଣ୍ଡା ଏକ ବାଇକରେ ଦଶପଲ୍ଲାରୁ ଗାଁକୁ ଫେରୁଥିଲେ। ବାଇକଟି ଦ୍ରୁତ ଗତିରେ ଆସି ଡ଼ିହଗାଁ ଛକଠାରେ ଏକ ଦୋକାନ ସାମ୍ନାରେ ଛିଡ଼ା ହୋଇଥିବା ସୁଦର୍ଶନ ଏବଂ ଶୁକ୍ରେସନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସୁଦର୍ଶନ ଶୁକ୍ରେସନ ବାଜୁଙ୍କ ଅବସ୍ଥା ସଂକଟାପନ୍ନ ଥିଲା। ଉଭୟଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ଼ାକ୍ତର ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ। ପରେ ବିଳମ୍ବିତ ରାତିରେ ଶୁକ୍ରେସନ ବାଜୁଙ୍କର ମୃତ୍ୟୁ ଘଟିଥିଲା। ଅପରପକ୍ଷରେ ଦିବ୍ୟଜ୍ୟୋତି ପଣ୍ଡାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ