Tuesday, April 7, 2026
24.1 C
Odisha

    ଇସ୍ରାଏଲର ଜୋରଦାର ଆକ୍ରମଣ : ୨୪ ଘଣ୍ଟାରେ ୨୦୦ ପାଲେଷ୍ଟିନୀୟ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ହମାସ୍‌ ବିରୋଧରେ ଜାରି ରହିଥିବା ଇସ୍ରାଏଲ ଆକ୍ରମଣ ବେଳକୁ ବେଳ ଆହୁରି ଜୋରଦାର ହେବାରେ ଲାଗିଛି। ଶନିବାର ଇସ୍ରାଏଲ ସେନାର ଏୟାର ଷ୍ଟ୍ରାଇକ୍‌ରେ ଗୋଟିଏ ପରିବାରର ୭୬ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ବରିଷ୍ଠ ଜାତିସଂଘ ଅଧିକାରୀଙ୍କ ସମେତ ପତ୍ନୀ ଏବଂ ତାଙ୍କର ୫ ଶିଶୁ ସାମିଲ ରହିଥିଲେ। ଏହି ଘଟଣା ବିଭିନ୍ନ ମହଲରେ ଉଦବେଗ ପ୍ରକାଶ କରିଥିଲା ବେଳେ ଜାତିସଂଘ ସମେତ ବହୁ ରାଷ୍ଟ୍ରଙ୍କ ପକ୍ଷରୁ ଆକ୍ରମଣ ବନ୍ଦ କରିବାକୁ ଇସ୍ରାଏଲ ଉପରେ ଚାପ ପକାଯାଇଥିଲା। କିନ୍ତୁ ଇସ୍ରାଏଲ ସେନା କୌଣସି ବିଷୟକୁ ଭ୍ରୂକ୍ଷେପ ନ କରି ଆକ୍ରମଣ ଆହୁରି ଜୋରଦାର କରିଛି। ଏହି ଘଟଣା ପରେ ରବିବାର ଇସ୍ରାଏଲ ସେନାର ବୋମାମାଡ଼ରେ ଅନ୍ୟୂନ ୨୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଇସ୍ରାଏଲ ସେନା ପକ୍ଷରୁ କେନ୍ଦ୍ରୀୟ ଗାଜା ଏବଂ ଖାନ୍‌ ୟୁନୁସ୍‌ ସହରକୁ ନିଶାଣ କରି ଆକ୍ରମଣ କରାଯାଉଥିଲା ବେଳେ ଏଥିରେ ବହୁ ସଂଖ୍ୟାରେ ସାଧାରଣ ଲୋକଙ୍କ ମୃତ୍ୟୁ ହେବାରେ ଲାଗିଛି। ଅନ୍ୟପକ୍ଷରେ ଇସ୍ରାଏଲ ସେନା ଅତ୍ୟାଚାରର ଏକ ଭିଡିଓ ସାମ୍ନାକୁ ଆସିଛି। ଗତ ସପ୍ତାହରେ ସେନା କମଲ ଅଦୱାନ ଡାକ୍ତରଖାନାରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ କବର ଖୋଳି ବୁଲ୍‌ଡୋଜର ମାଧ୍ୟମରେ ମୃତଦେହ ବାହାର କରାଯାଇଥିଲା। ମୃତଦେହ ଉପରେ ବୁଲଡୋଜର ଚଢ଼ାଇ ଦିଆଯାଇଥିଲା। ଏହି ସମୟରେ ଆତଙ୍କବାଦୀ ସନ୍ଦେହରେ ଅନେକ ଡାକ୍ତରଙ୍କ ଉପରେ ମଧ୍ୟ ଗୁଳିମାଡ଼ କରାଯାଇଥିଲା। ହ୍ବିଲଚେୟାରରେ ବସିଥିବା ଜଣେ ରୋଗୀଙ୍କୁ ସେନା କୁକୁର ଝୁଣି ଦେଇଥିଲା। ସେନା ଏହି ଡାକ୍ତରଖାନାରେ ୮ ଦିନ ପର୍ଯ୍ୟନ୍ତ ଅଭିଯାନ ଚଲାଇ ଥିଲା। ଏହା ହମାସର ‘କମାଣ୍ଡ ଆଣ୍ଡ କଣ୍ଟ୍ରୋଲ’ ଥିବା ଦାବି କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    74 %
    1.9kmh
    1 %
    Mon
    24 °
    Tue
    36 °
    Wed
    38 °
    Thu
    38 °
    Fri
    38 °

    ସମ୍ବନ୍ଧିତ