Sunday, October 20, 2024
22.4 C
Odisha

    ୨୩ ତାରିଖ ସୁଦ୍ଧା ସମ୍ଭାବ୍ୟ ଲଘୁଚାପ ଅବପାତର ରୂପ ନେବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବାତ୍ୟାକୁ ନେଇ ସମସ୍ତଙ୍କ ମନରେ ଛନକା ରହିଥିବା ବେଳେ ଆଜି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ତେବେ ଏହାର ପ୍ରଭାବରେ ୨୧ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । କ୍ରମଶଃ ଉତ୍ତର-ପଶ୍ଚିମକୁ ଗତିକରି ଏହା ଅବପାତର ରୂପ ନେଇପାରେ । ତେବେ ୨୩ ତାରିଖ ସୁଦ୍ଧା ସମ୍ଭାବ୍ୟ ଲଘୁଚାପ ଅବପାତର ରୂପ ନେବା ନେଇ ଅନୁମାନ କରାଯାଉଛି । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ଏବଂ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଅବପାତର ରୂପ ନେଲା ପରେ ସ୍ପଷ୍ଟ ହୋଇପାରିବ । ପୂର୍ବାନୁମାନ କରାଯାଇଛି ଯେ, ବାଲେଶ୍ବର ପାଖରେ ଏହି ବାତ୍ୟା ଘଷି ହୋଇଯିବ । ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ପଳାଇବ ବାତ୍ୟା । ତେବେ ଯଦି ଦେଖିବା ବାତ୍ୟାର ପ୍ରଭାବ ଉତ୍ତର ଓଡିଶାରେ ପଡିପାରେ । କିନ୍ତୁ ଓଡିଶାରେ ସିଧାସଳଖ ମାଡ ହେବ ନାହିଁ । ଜିଏଫଏସ ମଡେଲ ଏନେଇ ଆକଳନ କରିଛି । ସେହିପରି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର ପଶ୍ଚିମ ଆଡକୁ ମୁହାଁଇବ । ୨୩ ତାରିଖ ବେଳକୁ ଏହା ବାତ୍ୟାରେ ପରିଣତ ହୋଇ ସମୁଦ୍ରରେ ରହିବ ବୋଲି ଜିଏଫଏସ ମଡେଲ ଆକଳନ କରିଛି । ୨୪ ତାରିଖ ବେଳକୁ ଏହା ଓଡିଶା ଉପକୂଳ ପାଖକୁ ଆସିବ । ବାଲେଶ୍ବର ଦେଇ ଏହା ଅତିକ୍ରମ କରିବ । ତେବେ ୨୨ ତାରିଖ ବେଳକୁ ବାତ୍ୟାର ତୀବ୍ରତାକୁ ଦେଖି ଠିକ ଆକଳନ କରିହେବ ବୋଲି କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.4 ° C
    22.4 °
    22.4 °
    95 %
    0.6kmh
    74 %
    Sun
    28 °
    Mon
    29 °
    Tue
    29 °
    Wed
    28 °
    Thu
    27 °

    ସମ୍ବନ୍ଧିତ