Sunday, April 12, 2026
31.2 C
Odisha

    ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ୨୮ ଓଏଏସ୍ ଅଫିସରଙ୍କ ବଦଳି

    ଆଗକୁ ପଢନ୍ତୁ

    ରାଜ୍ୟ ସରକାର ଆଜି ୨୮ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି। ଏନେଇ ଆଜି ବିଧିବଦ୍ଧ ଭାବେ ବଦଳି ବିଜ୍ଞପ୍ତି ଜାରି ହୋଇଛି ଓ ସମ୍ପୃକ୍ତ ଅଫିସରମାନଙ୍କୁ ଆଜି ଅପରାହ୍ନରେ ରିଲିଭ୍ କରି ନୂଆ ସ୍ଥାନରେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଏହି ବଦଳି ହୋଇଥିବା ଜଣାପଡ଼ିଛି।

    ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ବିଜ୍ଞପ୍ତି ଅନୁସାରେ ପାରଳାଖେମୁଣ୍ଡି ଜିଲ୍ଲା ହସ୍ପିଟାଲର ପ୍ରଶାସନିକ ଅଫିସର ଓଏଏସ୍ ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ରାୟଗଡ଼ା ଜିଲ୍ଲା ହସ୍ପିଟାଲର ପ୍ରଶାସନିକ ଅଫିସର ଭାବେ ବଦଳି କରାଯାଇଛି। ଓଏଏସ୍ ଅଫିସର ଜ୍ୟୋତିକାନ୍ତ ଭୁଜବଳଙ୍କୁ ଗଞ୍ଜାମ ଡିଏସଆର, କ୍ଷୀରୋଦ କୁମାର ଦାଶଙ୍କୁ ମୟୂରଭଞ୍ଜ ଜିଲ୍ଲା ହସ୍ପିଟାଲର ପ୍ରଶାସନିକ ଅଫିସର, ନିର୍ଲିପ୍ତ ମହାନ୍ତିଙ୍କୁ ସାଧାରଣ ପ୍ରଶାସନ ବିଭାଗ, ଗଜାନନ ପ୍ରଧାନଙ୍କୁ କେନ୍ଦୁଝର ଡିଏସଆର, ଇପସିତା ପାତ୍ର ବରଗଡ଼ ଜିଲ୍ଲା ହସ୍ପିଟାଲ ପ୍ରଶାସନିକ ଅଫିସର, ଆରତୀ ଭୋଇ ବଲାଙ୍ଗୀର ଜିଲ୍ଲା ହସ୍ପିଟାଲର ପ୍ରଶାସନିକ ଅଫିସର ଓ ଅଳକାରାଣୀ ଦେବତାଙ୍କୁ ଢେଙ୍କାନାଳ ଜିଲ୍ଲା ହସ୍ପିଟାଲର ପ୍ରଶାସନିକ ଅଫିସର ଭାବେ ବଦଳି ହୋଇଛି। ସେହିପରି ଓଏଏସ୍ ହରିହର ପଂଚୁଆତି ଓ ସିଗ୍ଧା ଛାୟା ମହାପାତ୍ରଙ୍କୁ ଜଳସମ୍ପଦ ବିଭାଗ ଜୋନ୍ ଅଫିସର(ମୁଖ୍ୟାଳୟ), ଓଏଏସ୍ ଦୟାସିନ୍ଧୁ ପରିଡ଼ାଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି ହୋଇଛି। ସନ୍ତୋଷ ସାହୁଙ୍କୁ ଓଏସଡି(କ୍ରୀଡ଼ା) କୋରାପୁଟକୁ ବଦଳି ହୋଇଥିବାବେଳେ ବିଶ୍ୱକେଶନ ପାଣ୍ଡେଙ୍କୁ ଓଏସଡି(କ୍ରୀଡ଼ା) ସୁନ୍ଦରଗଡ଼, ଅଞ୍ଜଳି ତରାଇଙ୍କୁ ପୁରୀ ଜିଲ୍ଲା ହସ୍ପିଟାଲର ପ୍ରଶାସନିକ ଅଫିସର, ସସ୍ମିତା ଉପାଧ୍ୟାୟଙ୍କୁ ଯାଜପୁର ଜିଲ୍ଲା ହସ୍ପିଟାଲ ପ୍ରଶାସନିକ ଅଫିସର, ଆଦଶ୍ୟା ରଥଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲର ପ୍ରଶାସନିକ ଅଫିସର, ନୀଳାମ୍ବର ମହାନନ୍ଦାଙ୍କୁ ସାଧାରଣ ପ୍ରଶାସନ ବିଭାଗ, ସୁଦୀପ୍ତ କୁମାର ନାଏକଙ୍କୁ ଓଏସଡି(କ୍ରୀଡ଼ା) ଗଞ୍ଜାମ, ବାଣୀନିବେଦିତା ସ୍ୱାଇଁଙ୍କୁ କଟକ ଜିଲ୍ଲା ହସ୍ପିଟାଲର ପ୍ରଶାସନିକ ଅଫିସର, ଭଜନାନନ୍ଦ ସାହୁଙ୍କୁ ଜଳସମ୍ପଦ ବିଭାଗର ଜୋନ୍ ଅଫିସର(ମୁଖ୍ୟାଳୟ), ଆଦିତ୍ୟ କୁମାର ପଣ୍ଡାଙ୍କୁ ଢେଙ୍କାନାଳ ଜୋନ୍ ଅଫିସର(ରେଳପ୍ରକଳ୍ପ), ଶିବବ୍ରତ ତ୍ରିପାଠୀଙ୍କୁ ଅନୁଗୁଳ ଡିଏସଆର, ସ୍ମୃତିରଞ୍ଜନ ମଲ୍ଲିକଙ୍କୁ ଭୁବନେଶ୍ୱର ଇଡକୋ(ମୁଖ୍ୟାଳୟ) ଲ୍ୟାଣ୍ଡ ଅଫିସର, ଗୋପିନାଥ ମିଶ୍ରଙ୍କୁ ଆଇନ ବିଭାଗର ଓଏସଡି, ପ୍ରଶାନ୍ତ କୁମାର ଜେନାଙ୍କୁ ଆଇନ ବିଭାଗର ଓଏସଡି, ଗୌରଚନ୍ଦ୍ର ପଟ୍ଟନାୟକଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ହସ୍ପିଟାଲର ପ୍ରଶାସନିକ ଅଫିସର ଓ ଚିନ୍ମୟ କୁମାର ନାୟକଙ୍କୁ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଫିସର ଭାବେ ବଦଳି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    15 %
    1.2kmh
    0 %
    Sun
    33 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ