Saturday, April 11, 2026
33.7 C
Odisha

    ଆଜିଠୁ ଯୁକ୍ତ୨ ପରୀକ୍ଷା: ପ୍ରଶ୍ନ ପତ୍ରରେ ଦାଗ ଲାଗିଲେ ଏମ୍‌ପି

    ଆଗକୁ ପଢନ୍ତୁ

    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେବ। ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ପରିଷଦ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଛାତ୍ରୀଛାତ୍ର ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ବେ ଓ ୧୫ ମିନିଟ ପୂର୍ବରୁ ହଲ୍‌ ପ୍ରବେଶ କରିବେ। ୧୦ ମିନିଟ୍‌ ପୂର୍ବରୁ ଖାତା ଓ ୫ ମିନିଟ ପୂର୍ବରୁ ପ୍ରଶ୍ନପତ୍ର ପାଇବେ। ଉତ୍ତର ଖାତାର ସିରିୟଲ ନମ୍ବର ଏବଂ ପୃଷ୍ଠା ସଂଖ୍ୟା ଭଲଭାବରେ ଦେଖିନେବେ ଏବଂ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ।

    ସେହିପରି ପ୍ରଶ୍ନ ପତ୍ରରେ ମଧ୍ୟ ପୃଷ୍ଠା ସଂଖ୍ୟା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ। ଆଡିଶନାଲ ଶିଟ୍‌ ଦିଆଯିବ ନାହିଁ। ପ୍ରଶ୍ନ ପତ୍ରରେ ରୋଲ୍‌ ନମ୍ବର ଛଡ଼ା କୌଣସି ଦାଗ ଲଗାଇବେ ନାହିଁ। ଅନ୍ୟ କିଛି ଦାଗ ଲଗାଇଲେ ତାହାକୁ ମାଲ୍‌ ପ୍ରାକ୍ଟିସ୍‌ (ଏମ୍‌ପି) ବୋଲି ଧରାଯିବ। ଉତ୍ତର ଖାତାରେ ନିଜ ରୋଲ୍‌ ନମ୍ବର, ରେଜିଷ୍ଟ୍ରେଶନ ନମ୍ବର ଠିକ୍‌ ଭାବରେ ଠିକ୍‌ ଜାଗାରେ ଲେଖିବେ। ପ୍ରଶ୍ନପତ୍ରର ସେଟ୍‌ କୋଡ୍‌କୁ ନିର୍ଭୁଲ ଭାବରେ ଲେଖିବେ। ଉପସ୍ଥାନ ଖାତାରେ ନିଜ ରୋଲ ନମ୍ବର ଦେଖି ଉପସ୍ଥାନ ଦେବେ। ପରୀକ୍ଷା ହଲ୍‌କୁ କଳା ବଲ୍‌ ପେନ୍‌ ଏବଂ ଆଡ଼ମିଟ କାର୍ଡ୍‌ ବ୍ୟତୀତ ଅନ୍ୟ ଜିନିଷ ବର୍ଜନୀୟ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

    ଏ ସମ୍ପର୍କରେ ସୂଚନା ଦେଇ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି, ପ୍ରଥମଦିନ ବିଜ୍ଞାନ ବିଭାଗର ଛାତ୍ରୀଛାତ୍ର ମାତୃଭାଷା ପରୀକ୍ଷା ଦେବେ। ମୋଟ ୧୯ଟି ସିଟିଂରେ ପରୀକ୍ଷା ହେବ। ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ହିଁ ପରୀକ୍ଷା ହେବ। ଏହା ଭିତରେ ମାଟ୍ରିକ ପରୀକ୍ଷା ମଧ୍ୟ ଚାଲିବ। ତେଣୁ ସୂଚୀକୁ ଦେଖି ମାଟ୍ରିକ ପରୀକ୍ଷା ଯେଉଁଦିନ ରହିଛି ସେଦିନ ଯୁକ୍ତ୨ ପରୀକ୍ଷା ରଖାଯାଇ ନାହିଁ। ଏଥିପାଇଁ ସମସ୍ତ ପ୍ରସ୍ତୁତି ରହିଛି। ପ୍ରଥମ ୧୦ଟି ବିଷୟ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ହବ୍‌ରେ ପହଞ୍ଚତ୍ ସାରିଥିବାବେଳେ ତ୍ରିସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ବିଭ୍ରାଟ ହେବ ନାହିଁ ବୋଲି ସେ ଜଣାଇଛନ୍ତି।

    ସୂଚନାଯୋଗ୍ୟ, ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ଜଣ ଛାତ୍ରୀଛାତ୍ର ଯୁକ୍ତ୨ ପରୀକ୍ଷା ଦେବେ। ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ଜଣ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରେ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ଓ ୧ ଲକ୍ଷ ୮୬ ହଜାର ୮୮୯ଜଣ ଛାତ୍ର ଅଛନ୍ତି। ସେହିଭଳି କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ଜଣ ଏବଂ ଧନ୍ଦାମୂଳକରେ ୫ହଜାର ୭୯୧ଜଣ ପରୀକ୍ଷା ଦେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.7 ° C
    33.7 °
    33.7 °
    16 %
    2.6kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ