Saturday, October 3, 2026
22.1 C
Odisha

    ମାଓବାଦୀଙ୍କ ବଡ଼ ଆକ୍ରମଣ : ୩ ଯବାନ ସହିଦ, ୧୪ ଗୁରୁତର

    ଆଗକୁ ପଢନ୍ତୁ

    ମାଲକାନଗିରି: ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ମାଓବାଦୀଙ୍କ ବଡ଼ ହମଲା । ଆଜି ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଏକ ନବନିର୍ମିତ କ୍ୟାମ୍ପ ଉପରେ ଆକ୍ରମଣ କରିବାରୁ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତ ଯବାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡ଼ା ଓ ଅଲୀଗୁଡ଼ା ନିକଟରେ ନକ୍ସଲମାନଙ୍କର ଉପସ୍ଥିତି ନେଇ ଯବାନମାନେ ଶିବିର ଲଗାଇବା ସହିତ ସ୍ଥାନୀୟ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ। ତେବେ ସେଠାରେ ବ୍ୟାପକ ଭାବେ ମାଓବାଦୀମାନେ ଥିବାରୁ ସେମାନେ ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଫଳ‌ରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା। ମାଓବାଦୀମାନଙ୍କର ସଂଖ୍ୟା ଅଧିକ ଥିବାରୁ ସେମାନେ ସୁରକ୍ଷା ବାହିନୀର ଯବାନମାନଙ୍କୁ ସଫଳତାର ସହିତ ମୁକାବିଲା କରିପାରିଥିଲେ। ଫଳରେ ସେମାନଙ୍କର ଗୁଳିରେ ୩ ଜଣ ଯବାନ ସହିଦ ହେବା ସହ ଅନ୍ୟ ୧୪ ଯବାନ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଜଗଦଲପୁରକୁ ଏୟାରଲିଫ୍ଟ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.1 ° C
    22.1 °
    22.1 °
    84 %
    1.2kmh
    34 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ