Saturday, April 11, 2026
27.5 C
Odisha

    ଛତିଶଗଡ଼ର ବିଜାପୁରରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ତିନିଜଣ ନକ୍ସଲ ନିହତ

    ଆଗକୁ ପଢନ୍ତୁ

    ବିଜାପୁର: ଶନିବାର ଦିନ ତେଲେଙ୍ଗାନା ସୀମାବର୍ତ୍ତୀ ଛତିଶଗଡର ବିଜାପୁର ଜିଲ୍ଲାର ଏକ ଘଞ୍ଚ ଜଙ୍ଗଲରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ତିନିଜଣ ନକ୍ସଲ ନିହତ ହୋଇଛନ୍ତି। ଏ ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଆନ୍ତଃ ରାଜ୍ୟ ସୀମାରେ ଥିବା ପୂଜାରୀ କାନକେର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା।

    ଏହାସହ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଆନ୍ତଃରାଜ୍ୟ ସୀମାରେ ଥିବା ପୂଜାରୀ କାଙ୍କେର ଜଙ୍ଗଲରେ ତେଲେଙ୍ଗାନାର ନକ୍ସଲ ସଙ୍ଗଠନ ବିରୋଧରେ ଗ୍ରେ ହାଉଣ୍ଡସର ଏକ ଟିମ୍ ଅପରେସନରେ ବାହାରିଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା। ଗ୍ରେହାଉଣ୍ଡସ ଟିମକୁ ସହଯୋଗ କରିବା ପାଇଁ ଛତିଶଗଡ ପୋଲିସର ଏକ ଟିମ୍ ମଧ୍ୟ ଏହି ଅଞ୍ଚଳରେ ଉପସ୍ଥିତ ଥିଲେ । ଏବେ ବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ କିଛି ଦିନ ପୂର୍ବରୁ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୩ ମହିଳାଙ୍କ ସମେତ ୧୩ ନକ୍ସଲ ନିହତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ