Saturday, July 27, 2024
24.6 C
Odisha

    ବିଜେପିରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି

    ଆଗକୁ ପଢନ୍ତୁ

    ବିଜେପି ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରଘୁ । ନିଜର ଇସ୍ତଫାପତ୍ର ଦଳର ସଭାପତିଙ୍କୁ ପଠାଇଛନ୍ତି ରଘୁ ମହାନ୍ତି । ୨୦୧୯ ନିର୍ବାଚନରେ ରଘୁ ମହାନ୍ତି ବିଜେପିରେ ସାମିଲ ହେବା ସହ ବସ୍ତା ଆସନରୁ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ୨୦୧୯ରେ ବିଜେପିରେ ଯୋଗ ଦେବା ପୂର୍ବରୁ ବସ୍ତାରୁ ୫ଥର ବିଧାୟକ ହୋଇଥିଲେ ରଘୁନାଥ ମହାନ୍ତି । ନବୀନ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ରଘୁ । ତେବେ ବଧୂ ନିର୍ଯାତନା ମାମଲାରେ ଛନ୍ଦି ହେବା ପରେ ବିଜେଡିରୁ ନିଲମ୍ବିତ ହୋଇଥିଲେ ରଘୁ । ପରବର୍ତ୍ତୀ ସମୟରେ ଦଳୀୟ ଟିକେଟ ନ ମିଳିବାରୁ ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢିଥିଲେ ରଘୁନାଥ ମହାନ୍ତି । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ରଘୁନାଥ ବିଜେପିକୁ ବାଏ ବାଏ କରିଛନ୍ତି । ତେବେ ଦଳ କାହିଁକି ଛାଡିଲେ ତାହାର କାରଣ ସ୍ପଷ୍ଟ କରିନାହାନ୍ତି । ବିଜେପି ଛାଡିବା ପରେ ରଘୁନାଥ ମହାନ୍ତି ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ପୁୁଣିଥରେ ପୁରୁଣା ଦଳକୁ ରଘୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯେହେତୁ ବାଲେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ ତେଣୁ ରଘୁଙ୍କ ଇସ୍ତଫା ପରେ ବାଲେଶ୍ୱରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ରଘୁଙ୍କ ଆଗାମୀ ରାଜନୈତିକ ପଦକ୍ଷେପ କଣ ହେବ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଅପରାହ୍ନ ୪ଟା ସମୟରେ ବିଜେପି କାହିଁକି ଛାଡିଲେ ସେନେଇ ସ୍ପଷ୍ଟ ଉତ୍ତର ରଖିବେ ରଘୁନାଥ ମହାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ