Monday, April 6, 2026
31.8 C
Odisha

    ୨୪ ଘଣ୍ଟାରେ ୩୦ଟି ଘରୋଇ ଓ ଅନ୍ତର୍ଜାତୀୟ ବିମାନକୁ ବୋମା ଧମକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ବିଭିନ୍ନ ଘରୋଇ ଓ ଅନ୍ତର୍ଜାତୀୟ ସଂସ୍ଥାର ବିମାନକୁ ବୋମା ଧମକ ମିଳିବା ଜାରି ରହିଛି। ଗତକାଲି ସନ୍ଧ୍ୟାରୁ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ୩୦ଟି ବିମାନକୁ ବୋମା ଧମକ ମିଳିଛି। ଇଣ୍ଡିଗୋ, ଭିସ୍ତାରା ଏବଂ ଏୟାର ଇଣ୍ଡିଆ ସମେତ ପ୍ରମୁଖ ଭାରତୀୟ ବିମାନ କମ୍ପାନିଗୁଡ଼ିକୁ ବୋମା ଧମକ ଜାରି ରହିଥିବା ବେଳେ ଯଥାସମ୍ଭବ ସୁରକ୍ଷା ପ୍ରୋଟୋକଲ କାର୍ଯ୍ୟକାରୀ କରି ବିମାନ ଚଳାଚଳ ସ୍ବାଭାବିକ ରଖିବା ପାଇଁ ପ୍ରୟାସ ହେଉଛି।

    ଭିସ୍ତାରା ଏୟାରଲାଇନ୍ସ ସୋସିଆଲ ମିଡିଆ ମାଧ୍ୟମରେ ବୋମା ଧମକ ପାଇବା ପରେ ଆବଶ୍ୟକ ଯାଞ୍ଚ ସହ ଯଥାରୀତି ଉଡ଼ାଣ କରିଛି। ଏୟାର ଇଣ୍ଡିଆ ମଧ୍ୟ ନିଶ୍ଚିତ କରିଛି ଯେ ଏହାର କିଛି ବିମାନ ଗତକାଲି ଓ ଆଜି ସୁରକ୍ଷା ଆଲର୍ଟ ଅଧୀନରେ ରହିଛି ଏବଂ ପ୍ରାୟ ସମସ୍ତ ଧମକ ଯାଞ୍ଚ ପରେ ମିଥ୍ୟା ପ୍ରମାଣିତ ହୋଇଛି। ସପ୍ତାହକରେ ପ୍ରାୟ ୧୩୦ଟି ବୋମାନକୁ ବୋମା ଧମକ ମିଳିବା ସତ୍ତ୍ବେ ସମସ୍ତ ମାମଲାରେ ସୁରକ୍ଷା ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି ଏବଂ ସବୁ ବିମାନ ସୁରକ୍ଷିତ ଭାବେ ଅବତରଣ କରିଛି। ଯାତ୍ରୀ, ପରିଚାଳକ ଦଳ ସଦସ୍ୟଙ୍କ ସୁରକ୍ଷା ଏବଂ ବିମାନର ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି।

    ଇଣ୍ଡିଗୋ ମଧ୍ୟ ସୂଚନା ଦେଇଛି ଯେ ସେମାନେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଉପଯୁକ୍ତ ସମନ୍ବୟରେ କାର୍ଯ୍ୟ କରୁଛନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଧାରିତ ମାନକ ପ୍ରକ୍ରିୟା ଅନୁସରଣ କରାଯାଉଛି। ଇଣ୍ଡିଗୋ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଘୋଷଣା କରାଯାଇଛି ଯେ ଆଜି ଘରୋଇ ଓ ଅନ୍ତର୍ଜାତୀୟ ସମେତ ପାଖାପାଖି ୧୦ଟି ବିମାନକୁ ବୋମା ଧମକ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ମିଥ୍ୟା ପ୍ରମାଣିତ ହୋଇଛି। ବୋମା ଧମକ ମିଳିଥିବା ଅନ୍ତର୍ଜାତୀୟ ବିମାନଗୁଡ଼ିକ ମଧ୍ୟରୁ ଅଧିକାଂଶ ସାଉଦି ଆରବର ଜେଦ୍ଦା ଅଭିମୁଖେ ଯାଉଥିଲା କିମ୍ବା ତୁର୍କୀର ଇସ୍ତାନବୁଲରୁ ଭାରତ ଅଭିମୁଖେ ଆସୁଥିଲା ବୋଲି ଜଣାପଡ଼ିଛି। ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବିମାନ ବନ୍ଦରରେ ଅତିରିକ୍ତ ଯାଞ୍ଚ ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବୋମା ଧମକ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ଡାର୍କୱେବ୍‌ ବ୍ୟବହାର କରାଯାଇଛି ଏବଂ ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଏହି ଧମକର ଉତ୍ସ ଏବଂ ଏହା ପଛରେ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ କାମ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ