Wednesday, April 8, 2026
22.9 C
Odisha

    ୩୦୩ ଭାରତୀୟ ଯାତ୍ରୀଙ୍କ ସହ ଅଟକ ରହିଥିବା ବିମାନର ଉଡ଼ାଣ ପାଇଁ ମିଳିଲା ଅନୁମତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରୁ ନିକାରାଗୁଆ ଯାଉଥିବା ଏକ ବିମାନକୁ ଶୁକ୍ରବାର ରାତିରେ ଫ୍ରାନ୍ସରେ ଅଟକାଇ ଦିଆଯାଇଥିଲା। ଏହି ବିମାନରେ ୩୦୩ ଭାରତୀୟ ଥିଲେ। ସମସ୍ତେ ମାନବ ଚାଲାଣର ଶିକାର ହେଉଥିବା ସନ୍ଦେହ କରାଯାଇଥିଲା। ମାନବ ଚାଲାଣ ସନ୍ଦେହରେ ପ୍ୟାରିସ ନିକଟ ଏକ ବିମାନ ବନ୍ଦରରେ ତିନି ଦିନ ଧରି ଅଟକ ରହିଥିବା ଏକ ଯାତ୍ରୀବାହୀ ବିମାନକୁ ଦେଶ ଛାଡ଼ିବାକୁ ଅନୁମତି ମିଳିଛି । ସ୍ଥାନୀୟ କୋର୍ଟରେ ୪ ଜଣ ବିଚାରପତି ଏହି ମାମଲାର ଶୁଣାଣି କରି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଦର୍ଶାଇବା ସହ ମାମଲାର ଶୁଣାଣି ବନ୍ଦ କରିଛନ୍ତିି ଓ ବିମାନକୁ ଯିବାକୁ ଅନୁମତି ଦେଇଛନ୍ତି। ନିକାରଗୁଆ ଯାଉଥିବା ରୋମାନିଆର ଲିଜେଣ୍ଡ ଏୟାରଲାଇନ୍ସର ଏହି ବିମାନକୁ ‘ମାନବ ଚାଲାଣ’ ସନ୍ଦେହରେ ପ୍ୟାରିସରୁ ୧୫୦ କିଲୋମିଟର ଦୂର ଭାଟ୍ରି ବିମାନ ବନ୍ଦରରେ ଫ୍ରାନ୍ସ କର୍ତ୍ତୃପକ୍ଷ ଅଟକ ରଖିଥିଲେ । ଫ୍ରାନ୍ସର ଚାରି ବିଚାରପତି ରବିବାର ଠାରୁ ୩୦୩ ଯାତ୍ରୀଙ୍କୁ ପଚରାଉଚରା ଆରମ୍ଭ କରିଥିଲେ। ତେବେ ସମସ୍ତ ଯାତ୍ରୀଙ୍କୁ ଯିବାକୁ ଅନୁମତି ମିଳିଛି ‌। ସୋମବାର ଏହି ବିମାନ ଉଡ଼ାଣ ଭରିବ ବୋଲି ଜଣାପଡିଛି। ଏହାର ଗନ୍ତବ୍ୟ ସ୍ଥଳ ଜଣାପଡ଼ି ନାହିଁ । ଅଧିକାଂଶ ଯାତ୍ରୀ ଭାରତର ହୋଇଥିବାରୁ ବିମାନ ଭାରତ ଆସିପାରେ କିମ୍ବା ନିକାରାଗୁଆ ଯାଇପାରେ, ଯାହା ଏହାର ମୂଳ ଗନ୍ତବ୍ୟ ସ୍ଥଳ ଥିଲା । ଏହି ବିମାନ ଦୁବାଇକୁ ମଧ୍ୟ ନିଆଯାଇପାରେ କାରଣ ଏଠାରୁ ଏହା ଉଡ଼ାଣ ଭରିଥିଲା। ଫ୍ରାନ୍ସର ଜଣେ ଓକିଲଙ୍କ ଅନୁଯାୟୀ, ବିମାନରେ ଥିବା ୧୧ ଜଣ ନାବାଳକ ଅଛନ୍ତି ଯେଉଁମାନେ ଅଭିଭାବକ ବିନା ଯାତ୍ରା କରୁଥିଲେ । ସେମାନେ ଶୁକ୍ରବାର ଠାରୁ ଜେଲରେ ଅଛନ୍ତି। ଏହାଛଡ଼ା ଶୁକ୍ରବାର ଠାରୁ ଦୁଇଜଣ ବୟସ୍କ ଯାତ୍ରୀ ମଧ୍ୟ ଜେଲରେ ଅଛନ୍ତି। ଏମାନଙ୍କ ହାଜତ ମିଆଦ ଶନିବାର ସନ୍ଧ୍ୟାରେ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଥିଲା। ବିମାନର ମାଲିକାନା ରୋମାନିଆର ଲିଜେଣ୍ଡ ଏୟାରଲାଇନ୍ସ ପାଖରେ ଅଛି। କମ୍ପାନୀର ଓକିଲ ଲିଲିୟାନା ବକାୟୋକୋ ‘ମାନବ ଚାଲାଣ’ରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ