Saturday, November 23, 2024
17.9 C
Odisha

    ପୂର୍ବବର୍ଷ ତୁଳନାରେ କୃଷି ବଜେଟ୍ ପରିମାଣ 36 ପ୍ରତିଶତ ବୃଦ୍ଧି

    ଆଗକୁ ପଢନ୍ତୁ

    ଉପସ୍ଥାପନ ହୋଇଛି ବିଜେପି ସରକାରର ପ୍ରଥମ ବଜେଟ୍ । 2023-24 ତୁଳନାରେ 15 ପ୍ରତିଶତ ଅଧିକ ରହିଛି ବଜେଟ୍ ର ପରିମାଣ । ପୂର୍ବ ସରକାର 2 ଲକ୍ଷ 55 ହଜାର ବଜେଟ୍ ଆଗତ କରିଥିବାବେଳେ ମୋହନ ସରକାର 2 ଲକ୍ଷ 65 ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି ।

    ଲୋକଙ୍କ ଆୟ ବଢ଼ାଇବା ପାଇଁ କୃଷି, ଶିକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ମୋହନ ସରକାର  । ଗତବର୍ଷ କୃଷି ବଜେଟ୍ ଥିଲା 24,829 କୋଟି । ଚଳିତ ବର୍ଷ 33 ହଜାର 919 କୋଟିର କୃଷି ବଜେଟ୍ ସହ କୃଷି ପାଇଁ ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ପୂର୍ବବର୍ଷ ତୁଳନାରେ କୃଷି ବଜେଟ୍ ପରିମାଣ 36 ପ୍ରତିଶତ ବୃଦ୍ଧି ପାଇଛି ।

    ସିଏମ କିସାନ ଯୋଜନା ପାଇଁ 1935 କୋଟି, ଶ୍ରୀ ଅନ୍ନ ଯୋଜନା ପାଇଁ 649 କୋଟି ଘୋଷଣା ହୋଇଛି । ପୂର୍ବ ଘୋଷଣା ଅନୁସାରେ 31 ଶହ ଟଙ୍କାରେ ଧାନ କିଣିବେ ମୋହନ ସରକାର । ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା । ସମୃଦ୍ଧ କୃଷକ ଯୋଜନା ପାଇଁ ବଜେଟରେ 5 ହଜାର କୋଟି ବ୍ୟୟବରାଦ ହୋଇଥିବାବେଳେ ସୁଭଦ୍ରା ଯୋଜନା ପାଇଁ 10 ହଜାର କୋଟି ଅନୁଦାନ ଘୋଷଣା ହୋଇଛି ।

    ରାଜ୍ୟରେ ବନ୍ୟା ଓ ବାତ୍ୟା ଦାଉରୁ ଚାଷ ଓ ଚାଷୀଙ୍କୁ ରକ୍ଷା କରିବାକୁ ବଜେଟରେ ବଡ଼ ଘୋଷଣା କରିଛନ୍ତି ମୋହନ ସରକାର । ପାର୍ବତୀ ଗିରି ମେଗା ଲିଫ୍ଟ  ପ୍ରୋଜେକ୍ଟ ପାଇଁ  ୧୧୨୫ କୋଟି, ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ୍  ପାଇଁ ୧୦୩୬ କୋଟି ଅନୁଦାନ ଘୋଷଣା ହୋଇଛି । ଜଳ ସଂରକ୍ଷଣ ଓ ଇରିଗେସନ ଡେଭେଲପମେଣ୍ଟ ପାଇଁ 1872 କୋଟି ଟଙ୍କା ଅନୁଦାନ ଯୋଗାଇଦେବେ ରାଜ୍ୟ ସରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17.9 ° C
    17.9 °
    17.9 °
    72 %
    0.4kmh
    94 %
    Sat
    26 °
    Sun
    27 °
    Mon
    25 °
    Tue
    24 °
    Wed
    24 °

    ସମ୍ବନ୍ଧିତ