Saturday, July 27, 2024
24.8 C
Odisha

    ପକୁଡି ଖାଇ ୪ ଗୁରୁତର, ସୋଡା ଭାବି ପକାଇ ଦେଇଥିଲେ ସାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ୟୁରିଆ ମିଶା ପକୁଡି ଖାଇ ୪ ଗୁରୁତର। ଘଟଣା ଘଟିଛି ଗଜପତି କାଶୀନଗର ବ୍ଲକ ଏସ ବୁରୁଡି ଗାଁରେ। ଘରେ ପକୁଡି ତିଆରି କରିବା ବେଳେ ୟୁରିଆ ଗୁଣ୍ଡକୁ ସୋଡା ଭାବି ପକାଇ ଦେଇଥିଲେ ଘରର ବଡ଼ ଝିଅ। ପରିବାର ସଦସ୍ୟ ଖାଇବା ପରେ ଜଣେ ଶିଶୁ ସମେତ ପରିବାରର ଅନ୍ୟ ତିନି ସଦସ୍ୟ ଅସୁସ୍ଥ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ଅସୁସ୍ଥ ୪ ଜଣଙ୍କୁ କାଶୀନଗର ଓ ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସୂଚନା ଅନୁସାରେ, ଜମିରେ ସାର ପକାଇବା ପରେ ବଳକା କିଛି ସାର ଗୁଣ୍ଡ ଏକ ଡବାରେ ରଖିଥିଲେ ବାପା । ହେଲେ ଗତକାଲି ସନ୍ଧ୍ୟାରେ ପକୁଡ଼ି ପ୍ରସ୍ତୁତ ପିଠଉରେ ଖାଇବା ସୋଡା ଭାବି ୟୁରିଆ ଗୁଣ୍ଡ ମିଶାଇ ପକୁଡ଼ି ପ୍ରସ୍ତୁତ କରିଥିଲେ ଘରର ବଡ଼ ଝିଅ । ଯାହାକୁ ଖାଇବା ପରେ ବେହୋସ୍ ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ ପରିବାର ଲୋକେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ