Saturday, October 10, 2026
24.4 C
Odisha

    ପକୁଡି ଖାଇ ୪ ଗୁରୁତର, ସୋଡା ଭାବି ପକାଇ ଦେଇଥିଲେ ସାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ୟୁରିଆ ମିଶା ପକୁଡି ଖାଇ ୪ ଗୁରୁତର। ଘଟଣା ଘଟିଛି ଗଜପତି କାଶୀନଗର ବ୍ଲକ ଏସ ବୁରୁଡି ଗାଁରେ। ଘରେ ପକୁଡି ତିଆରି କରିବା ବେଳେ ୟୁରିଆ ଗୁଣ୍ଡକୁ ସୋଡା ଭାବି ପକାଇ ଦେଇଥିଲେ ଘରର ବଡ଼ ଝିଅ। ପରିବାର ସଦସ୍ୟ ଖାଇବା ପରେ ଜଣେ ଶିଶୁ ସମେତ ପରିବାରର ଅନ୍ୟ ତିନି ସଦସ୍ୟ ଅସୁସ୍ଥ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ଅସୁସ୍ଥ ୪ ଜଣଙ୍କୁ କାଶୀନଗର ଓ ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସୂଚନା ଅନୁସାରେ, ଜମିରେ ସାର ପକାଇବା ପରେ ବଳକା କିଛି ସାର ଗୁଣ୍ଡ ଏକ ଡବାରେ ରଖିଥିଲେ ବାପା । ହେଲେ ଗତକାଲି ସନ୍ଧ୍ୟାରେ ପକୁଡ଼ି ପ୍ରସ୍ତୁତ ପିଠଉରେ ଖାଇବା ସୋଡା ଭାବି ୟୁରିଆ ଗୁଣ୍ଡ ମିଶାଇ ପକୁଡ଼ି ପ୍ରସ୍ତୁତ କରିଥିଲେ ଘରର ବଡ଼ ଝିଅ । ଯାହାକୁ ଖାଇବା ପରେ ବେହୋସ୍ ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ ପରିବାର ଲୋକେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ