Friday, March 13, 2026
37.6 C
Odisha

    ୨୦୨୩ରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୫,୬୯୬ ଜଣଙ୍କ ଜୀବନ ଯାଇଛି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା କ୍ରମାଗତ ବଢିବାରେ ଲାଗିଛି । ୨୦୨୩ରେ ରାଜ୍ୟରେ ମୋଟ ୧୨ ହଜାର ୫୨ ସଡ଼କ ଦୁର୍ଘଟଣା ଘଟିଥିଲା । ଏହି ସଡ଼କ ଦୁର୍ଘଟଣାରେ ୫ ହଜାର ୬୯୬ ଜଣଙ୍କ ଜୀବନ ଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୪୮ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୧୦ ହଜାର ୪୧୯ ଜଣ ଆହତ ହୋଇଛନ୍ତି ବୋଲି ବିଧାନସଭାରେ ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉତ୍ତର ଦେଇଛନ୍ତି । ସେହିପରି ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଗତ ୫ ବର୍ଷ ମଧ୍ୟରେ ମୋଟ ୫୫ ହଜାର ୫୮୦ଟି ସଡକ ଦୁର୍ଘଟଣା ଘଟିଛି । ଏଥିରେ ୨୬ ହଜାର ୩୨୫ ଜଣ ପ୍ରାଣ ହରାଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.6 ° C
    37.6 °
    37.6 °
    8 %
    3.6kmh
    3 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ