Tuesday, September 29, 2026
22.7 C
Odisha

    କଟକ ଜିଲ୍ଲାର ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚିବ: ୫ଟି ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    କଟକ: ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ କଟକ ଗସ୍ତରେ ଆସି ବାଲିଯାତ୍ରା ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ଜନସାଧାରଣଙ୍କୁ ଗମନାଗମନ ଓ ସ୍ୱାସ୍ଥ୍ୟ ସେବା ସୁବିଧା ପାଇଁ ନିଶ୍ଚିତ କରିଛନ୍ତି। ପାଣ୍ଡିଆନ୍ କହିଛନ୍ତି ଯେ, କଟକରେ ଲକ୍ଷ୍ମୀ ବସ୍ ଚାଲିବ। ଏଥିରେ ଛାତ୍ରଛାତ୍ରୀ ଓ ମହିଳା ମାତ୍ର ୫ ଟଙ୍କାରେ ଯାତ୍ରା କରିପାରିବେ। ଏହାସହ ଜିଲ୍ଲାର ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚିବ।
    ଏହାସହ ବିଏସକେୱାଇ ଯୋଜନା ଉପରେ ମଧ୍ୟ ଗୁରତ୍ୱ ଦେଇଛନ୍ତି ଭି କେ ପାଣ୍ଡିଆନ୍। ସେ କହିଛନ୍ତି, ମିଶନ ଶକ୍ତିରେ ଥିବା ମହିଳା ହୁଅନ୍ତୁ ବା ଭତ୍ତା ପାଉଥିବା ମହିଳା ସମସ୍ତେ ଏହି କାର୍ଡ ପାଇଁ ଆବେଦନ କରିବେ। ଏହାସହ ଅନ୍ୟ ସମସ୍ତେ ନବୀନ ବିଏସକେୱାଇ କାର୍ଡ ପାଇଁ ଆବେଦନ କରିପାରିବେ। ଏଥିପାଇଁ ୬ ତାରିଖରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହେଉଛି। ଏହାକୁ ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ଗ୍ରାମାଞ୍ଚଳ ଜନସାଧାରଣ ଏଥିପାଇଁ ନାମ ପଞ୍ଜିକରଣ କରାଇବେ ଏବଂ ସହରାଞ୍ଚଳ ଲୋକେ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିବେ। ଏହାଦ୍ୱାରା ସ୍ୱାସ୍ଥ୍ୟ ସୁବିଧା ସୁଲଭରେ ଉପଲବ୍ଧ ହୋଇପାରିବ। ଗୋଟିଏ ବି ପରିବାର ଯେପରି ନବୀନ ବିଏସକେୱାଇ କାର୍ଡ ପାଇବାରୁ ବଞ୍ଚିତ ନ ହୁଅନ୍ତି ତାହା ସରକାର ନିଶ୍ଚିତ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    86 %
    1.4kmh
    3 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    31 °

    ସମ୍ବନ୍ଧିତ