Saturday, October 3, 2026
29.5 C
Odisha

    ଇରା ଖାନଙ୍କ ବିବାହରେ ପ୍ରେମିକାଙ୍କୁ ନେଇ ପହଞ୍ଚିଲେ ଇମ୍ରାନ୍

    ଆଗକୁ ପଢନ୍ତୁ

    ମୁମ୍ବାଇ: ଆମୀର ଖାନ୍‌ଙ୍କ ଭଣଜା ଇମ୍ରାନ ଖାନ୍‌ ଦୀର୍ଘ ସମୟ ଧରି ବଲିଉଡ୍‌ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଛନ୍ତି। ପେସାଦାର ଜୀବନକୁ ନେଇ କୌଣସି ଚର୍ଚ୍ଚା ହେଉନଥିବା ବେଳେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଇମ୍ରାନ ଚର୍ଚ୍ଚାକୁ ଆସିଛନ୍ତି। ଆପଣ ସମସ୍ତେ ଜାଣନ୍ତି ଯେ ଇମ୍ରାନ ତାଙ୍କ ପତ୍ନୀ ଅବନ୍ତିକାଙ୍କଠାରୁ ଅଲଗା ହୋଇ ସାରିଛନ୍ତି। ପତ୍ନୀଙ୍କଠାରୁ ଅଲଗା ହେବା ପରେ ଏବେ ସେ ସାଉଥ ଅଭିନେତ୍ରୀ ଲେଖା ୱାଶିଂଟନଙ୍କୁ ଡେଟ୍ କରୁଛନ୍ତି। ଉଭୟଙ୍କୁ ଅନେକ ପାର୍ଟିରେ ଏକାଠି ଦେଖାଯାଇଥିବା ବେଳେ ଏବେ ସେ ତାଙ୍କ ମାମୁଁ ତଥା ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ଝିଅ ଇରା ଖାନଙ୍କ ବିବ‌ାରେ ଦୁହେଁ ଏକାଠି ନଜର ଆସିଥିବା ଜଣାପଡ଼ିଛି। ଇମ୍ରାନ, ଲେଖାଙ୍କ ସହ ବିବାହ ଭୋଜିରେ ପହଞ୍ଚିଥିବା ବେଳେ ଏବେ ଦୁହିଁଙ୍କ ଫଟୋ ଭାଇରାଲ ହୋଇଛି। ଭାଇରାଲ ଫଟୋରେ ଲେଖା ଲାଲ ଓ ଇମ୍ରାନ୍ କଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି। ଇରାଙ୍କ ସମ୍ପର୍କୀୟ ଭଉଣୀ ଜାଇନ୍ ମ୍ୟାରି ସେୟାର କରିଥିବା ଫଟୋରେ ଦୁହେଁ ନଜର ଆସୁଛନ୍ତି। ସୂଚନା ମୁତାବକ, ଦୁହେଁ ଫିଲ୍ମ ‘ମଟ୍ରୁ କି ବିଜଲି କା ମନଡୋଲା’ରେ ଏକାଠି କାମ କରିଥିଲେ। ଏହା ପରଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହେଲା ଓ ପରେ ଏହା ପ୍ରେମରେ ପରିଣତ ହେଲା ବୋଲି କୁହାଯାଉଛି। ହେଲେ ଏପର୍ଯ୍ୟନ୍ତ ଦୁହେଁ ଖୁଲମ ଖୁଲା ଏହାକୁ ସ୍ବୀକାର କରିନଥିଲେ ବି ଏକାଠି ସମୟ ବିତାଉଥିବା ଦେଖିବାକୁ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ