Saturday, September 19, 2026
24.2 C
Odisha

    ୬ ନୂଆ ରାଜପଥ ପ୍ରକଳ୍ପ ପାଇଁ ୮୯୨୩ କୋଟି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଓଡ଼ିଶାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ନୂତନ ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣ ପାଇଁ ୮୯୨୩ କୋଟି ଟଙ୍କାର ଖର୍ଚ୍ଚ ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାରେ ଗୋଟିଏ ନୂଆ ସେତୁ ଓ ୫ଟି ସଡ଼କ ନିର୍ମାଣ ହେବ। ସୂଚନା ଅନୁସାରେ ଜାତୀୟ ରାଜପଥ ୪୯ର କନକତୋରା-ଝାରସୁଗୁଡ଼ା ସେକ୍‌ସନରେ ଇବ ନଦୀ ଉପରେ ଛଅ ଲେନ ବିଶିଷ୍ଟ ନୂତନ ସେତୁ ପାଇଁ ୧୦୦ କୋଟି ଖର୍ଚ୍ଚ କରାଯିବ। ବଅଁରପାଳ ଠାରୁ ବହ୍ଲରଛକ ଏବଂ ବହ୍ଲରଛକ ଠାରୁ ଗୋଡ଼ିବନ୍ଧ ପର୍ଯ୍ୟନ୍ତ ୧୭ କିମି ରାସ୍ତାକୁ ୯୭୭ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଚାରିଥାକିଆ କରାଯିବ। ଭୁବନେଶ୍ବର କ୍ୟାପିଟାଲ ରିଜନ ରିଙ୍ଗ୍‌ ‌ରୋଡ୍‌ ଯୋଜନାରେ ରାମେଶ୍ବରରୁ ଗୋବିନ୍ଦଗଡ଼ ମଧ୍ୟରେ ୪୧ କିମି, ଗୋବିନ୍ଦଗଡ଼ରୁ ବିଲିପଡ଼ା ମଧ୍ୟରେ ୩୦ କିମି ଏବଂ କୁଶପଙ୍ଗିରୁ ଟାଙ୍ଗି ମଧ୍ୟରେ ୪୦ କିମି ୬ ଲେନ୍‌ ବିଶିଷ୍ଟ ସଡ଼କ ପାଇଁ ମନ୍ତ୍ରାଳୟ ଅନୁମୋଦନ ଦେଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ରାମେଶ୍ବର- ଗୋବିନ୍ଦଗଡ଼ ପାଇଁ ୨୨୭୪ କୋଟି ଟଙ୍କା, ଗୋବିନ୍ଦଗଡ଼-ବିଲିପଡ଼ା ପାଇଁ ୧୮୯୫ କୋଟି ଟଙ୍କା ଏବଂ କୁଶପଙ୍ଗି-ଟାଙ୍ଗି ସଡକ ପାଇଁ ୨୨୨୭ କୋଟି ଟଙ୍କା ଖର୍ଚ୍ଚ କରାଯିବ।
    ଏହା ବାଦ୍‌ ୩୫ କିମି ସମ୍ବଲପୁର ରିଙ୍ଗ୍‌ ରୋଡ୍‌ ୧୪୫୦ କୋଟି ଟଙ୍କା ବ୍ୟୟରେ ୪ ଲେନ୍‌ ବିଶିଷ୍ଟ ହେବ। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ସଡ଼କ ଭିତ୍ତିଭୂମିର ସାମଗ୍ରିକ ଉନ୍ନତୀକରଣ ଓ ବିକାଶ ପାଇଁ ଗତ ୧୩ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ୭୫ହଜାର କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲେ। ଏହା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟର ଛଅଟି ପ୍ରକଳ୍ପ ନିର୍ମାଣ ବାବଦରେ ୮୯୨୩ କୋଟି ବ୍ୟୟ ଅଟକଳକୁ ଅନୁମୋଦନ ପାଇଁ ତତ୍ପରତା ପ୍ରକାଶ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    88 %
    0.9kmh
    100 %
    Sat
    30 °
    Sun
    30 °
    Mon
    29 °
    Tue
    30 °
    Wed
    27 °

    ସମ୍ବନ୍ଧିତ