Monday, September 14, 2026
29.6 C
Odisha

    ବିସ୍ଫୋରକ କାରଖାନାରେ ଭୟଙ୍କର ବିସ୍ଫୋରଣ, ୯ ମୃତ

    ଆଗକୁ ପଢନ୍ତୁ

    ନାଗପୁରରେ ଥିବା ଏକ ବିସ୍ଫୋଟକ ପ୍ରସ୍ତୁତକାରୀ କମ୍ପାନୀରେ ବିସ୍ଫୋରଣ ଘଟି ୯ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହାସହ ଏକାଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବଜାରଗାଓଁ ଅଞ୍ଚଳରେ ଅବସ୍ଥିତ ‘ସୋଲାର୍‌ ଇଣ୍ଡ‌ଷ୍ଟ୍ରିଜ୍‌ ଲିମିଟେଡ୍‌’ ନାମକ କମ୍ପାନିରେ ସକାଳ ପ୍ରାୟ ୯.୩୦ ମିନିଟ ସମୟରେ ଏହି ବିସ୍ଫୋରଣ ଘଟିଛି। କୋଇଲା ଫଟାଇବା ଲାଗି ବ୍ୟବହାର କରାଯାଉଥିବା ବିସ୍ଫୋରକ ପ୍ୟାକିଙ୍ଗ୍‌ କରିବା ବେଳେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ବିସ୍ଫୋରଣ ଯୋଗୁଁ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଲକାଧିକ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ନାଗପୁର ଗ୍ରାମାଞ୍ଚଳ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ହର୍ଷ ପୋଦ୍ଦାରଙ୍କ କହିବା ମୁତାବକ, ନାଗପୁରର ବଜାରଗାଓଁ ଅଞ୍ଚଳରେ ଥିବା ‘ସୋଲାର୍‌ ଏକ୍ସପ୍ଲୋସିଭ୍‌ କମ୍ପାନି’ରେ ବିସ୍ଫୋରଣ ଘଟିବା ଯୋଗୁଁ ୯ଜଣଙ୍କର ମୃତ୍ୟୁ ଘଟିଛି। ‘ସୋଲାର୍‌ ଏକ୍ସପ୍ଲୋସିଭ୍‌ କମ୍ପାନି’ରେ ଥିବା କାଷ୍ଟ୍‌ ବୁଷ୍ଟର୍‌ ପ୍ଲାଣ୍ଟରେ ପ୍ୟାକିଙ୍ଗ୍‌ କରାଯିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏହି କମ୍ପାନି ଦେଶର ପ୍ରତିରକ୍ଷା ବିଭାଗକୁ ବିସ୍ଫୋରକ ଓ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀ ଯୋଗାଇ ଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.6 ° C
    29.6 °
    29.6 °
    65 %
    2.1kmh
    11 %
    Mon
    29 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ