Saturday, July 27, 2024
24.6 C
Odisha

    ବିଶ୍ୱର ସବୁଠୁ ବଡ ଅଫିସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରଟ ଏୟାରପୋର୍ଟର ନୂଆ ବିଲ୍ଡିଂ ଉଦଘାଟନ କରିଥିଲେ । ଏହାପରେ ମୋଦୀ ଏକ ବିଶାଳ ରୋଡ୍ ସୋ କରିଥିଲେ । ତେବେ ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ବିଶାଳ କାର୍ଯ୍ୟାଳୟର ଲୋକାର୍ପଣ କରିଥିଲେ ତାକୁ ନେଇ ଏବେ ଚର୍ଚ୍ଚା ବଢିଛି । ଏ ହେଉଛି ଆମେରିକାର ପ୍ରତିରକ୍ଷା ବିଭାଗର କାର୍ଯ୍ୟାଳୟ ପେଣ୍ଟାଗନଠାରୁ ମଧ୍ୟ ବଡ ଅଫିସ୍ । ଯାହାକି ଏବେ ବିଶ୍ୱର ସବୁଠୁ ବଡ ଅଫିସ୍ ହେବାର ଗୌରବ ଅର୍ଜନ କରିଛି । ଆଜି ଏହି ‘ସୁରଟ ଡାଇମଣ୍ଡ ବୋର୍ସ’ର ଲୋକାର୍ପଣ କରିଛନ୍ତି ପିଏମ୍ ମୋଦୀ ।ପିଏମ୍ ମୋଦୀ ରବିବାର ସକାଳୁ ପ୍ରଥମେ ୧୬୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ସୁରଟ ଏୟାରପୋର୍ଟର ନୂଆ ବିଲ୍ଡିଂକୁ ଉଦଘାଟନ କରିଥିଲେ । ଯାହାକି ସୁରଟ ଏୟାରପୋଟକୁ ଏକ ନୂଆ ରୂପ ଦେଇଛି । ଖାଲି ସେତିକି ନୁହେଁ, ଏହି ଏୟାରପୋର୍ଟକୁ ଏବେ ଅନ୍ତର୍ଜାତୀୟ ମାନ୍ୟତା ମଧ୍ୟ ମିଳିଛି ।

    ଅନ୍ୟପଟେ ୩୪୦୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ସୁରଟ ଡାଇମଣ୍ଡ ବୋର୍ସକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବିଲ୍ଡିଂଟି ୩୫.୫୪ ଏକରରେ ନିର୍ମାଣ କରାଯାଇଛି । ଏହି ସ୍ଥାନ ଏବେ ହୀରା ବ୍ୟବସାୟର କେନ୍ଦ୍ରସ୍ଥଳ ପାଲଟିବ ବୋଲି ଆଶା କରାଯାଉଛି । ଏହି ଅଫିସ୍ କାର୍ଯ୍ୟକ୍ଷମ ହେବା ପରେ ପ୍ରାୟ ଦେଢ ଲକ୍ଷ ଲୋକ ରୋଜଗାର ପାଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ