Sunday, April 5, 2026
34.1 C
Odisha

    ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ, ମାଓ ସାମଗ୍ରୀ ଜବତ

    ଆଗକୁ ପଢନ୍ତୁ

    ମାଲକାନଗିରି: ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳୁଛି। ଚିନ୍ତିଗୁମ୍ଫା ଥାନା ଅଂଚଳର ତୁମାଲପଦର ଜଙ୍ଗଲ-ପାହାଡରେ ଏହି ଘଟଣା ଘଟିଛି। ସୁକମା ଜିଲ୍ଲା ପୁଲିସ, ବସ୍ତର ଫାଇଟରସ୍, ସିଆରପିଏଫ, ଡିଆରଜି ଯବାନ କମ୍ବିଂ ପାଇଁ ତୁମାଲପଦର ଜଂଗଲରେ ପଶିଥିଲେ। ପୁଲିସକୁ ଦେଖି ନକ୍ସଲମାନେ ଅତର୍କିତ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ପରେ ଯବାନ ପକ୍ଷରୁ ମଧ୍ୟ ପାଳଟା ଗୁଳିଚାଳନା କରାଯାଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ଶବକୁ ଜବତ କରିଛି। ତେବେ ନକ୍ସଲ ବିରୋଧୀ ଅପରେସନ୍ ଜିଲ୍ଲା ଫୋର୍ସ, ଡିଆରଜି ଏବଂ ବସ୍ତର ଫାଇଟରକୁ ସଫଳତା ମିଳିବାରେ ଲାଗିଛି। ସୁରକ୍ଷାକର୍ମୀ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରୁଛନ୍ତି। ସୁରକ୍ଷାକର୍ମୀ ଅପରେସନରୁ ଫେରିବା ପରେ ହିଁ ବିସ୍ତୃତ ସୂଚନା ମିଳିବ ବୋଲି ପୁଲିସ ପକ୍ଷରୁ ସୂଚନା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.1 ° C
    34.1 °
    34.1 °
    29 %
    3.6kmh
    93 %
    Sun
    36 °
    Mon
    37 °
    Tue
    37 °
    Wed
    39 °
    Thu
    37 °

    ସମ୍ବନ୍ଧିତ