Monday, October 5, 2026
29.8 C
Odisha

    ସର୍ବାଧିକ ୨୫କିମି ଗତି କରୁଥିବା ଇ-ସ୍କୁଟର୍‌ ଚଳାଇପାରିବେ ନାବାଳକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ମୋଟର ଯାନ ଆଇନ, ୧୯୮୮ରେ ବଡ଼ ଧରଣର ସଂଶୋଧନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରସ୍ତାବିତ ସଂଶୋଧନରେ ନାବାଳକଙ୍କ ଦ୍ବାରା ଯାନ ଚଳାଇବା (ଡ୍ରାଇଭ୍‌) ପ୍ରସଙ୍ଗକୁ ମଧ୍ୟ ଧ୍ୟାନରେ ରଖାଯାଇଛି। ନାବାଳକଙ୍କ କ୍ଷେତ୍ରରେ ଯାନର ସର୍ବାଧିକ ଗତି ୨୫ କିମି ପ୍ରତିଘଣ୍ଟା ନିର୍ଦ୍ଧାରଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏସବୁ ଯାନର ଇଞ୍ଜିନ୍‌ କ୍ଷମତା ୫୦ ସିସି ଓ ମୋଟର ପାୱାର ସର୍ବାଧିକ ୧୫୦୦ ୱାଟ୍‌ ନିର୍ଦ୍ଧାରଣ କରାଯାଇଛି। ମନ୍ତ୍ରାଳୟ ଦ୍ବାରା ଆଇନରେ ୬୭ଟି ସଂ‌ଶୋଧନ ପାଇଁ ପ୍ରସ୍ତାବ ରଖିଛନ୍ତି। ମନ୍ତ୍ରାଳୟର ୱେବ୍‌ସାଇଟ୍‌ରେ ସଂଶୋଧନ ପ୍ରସ୍ତାବଗୁଡ଼ିକ ସାର୍ବଜନୀନ କରାଯାଇ ଅଂଶୀଦାରଙ୍କଠାରୁ ଚଳିତ ମାସ ୧୫ ସୁଦ୍ଧା ମତାମତ ଲୋଡ଼ାଯାଇଛି।

    ମୋଟର ଯାନ ଆଇନରେ ରହିଛି ୬୭ ସଂଶୋଧନ ପ୍ରସ୍ତାବ

    ସଂଶୋଧିତ ଆଇନ ସଂସଦର ଶୀତକାଳୀନ ଅଧିବେଶନରେ ଆଗତ କରାଯିବା ସମ୍ଭାବନା ରହିଛି। ସଂଶୋଧନ ପ୍ରସ୍ତାବରେ କୁହାଯାଇଛି, ୧୬ ବର୍ଷ ପୂରିଥିବା କି‌ଶୋର ଓ କିଶୋରୀ ସଂପୂର୍ଣ୍ଣ ବୈଦ୍ୟୁତିକ ଯାନ ଚଳାଇ ପାରିବେ। ହେଲେ ସେଥିରେ ଡିଜାଇନ, ସ୍ପିଡ୍‌ ଲିମିଟ୍‌ ଓ ଇଂଜିନ ଶକ୍ତିକୁ ଧ୍ୟାନରେ ରଖିବାକୁ ପଡ଼ିବ।

    ମନ୍ତ୍ରାଳୟର ଏହା ମଧ୍ୟ ପ୍ରସ୍ତାବ ରହିଛି ଯେ ୧୮ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ଅଟୋମେଟିକ୍‌ ଗିୟର ଥିବା ଯାନର ଲର୍ଣ୍ଣର୍ ଲାଇସେନ୍‌ସ ମିଳିବ ନାହିଁ। ଅଭିଭାବକଙ୍କ ଲିଖିତ ସହମତି ପରେ ହିଁ ଲର୍ଣ୍ଣର‌୍ ଲାଇସେନ୍ସ ଜାରି କରାଯାଇପାରିବ। ଅନ୍ୟପକ୍ଷେ ହ‌ାଲୁକା ମୋଟର ଯାନ ପାଇଁ ନୂଆ ଶ୍ରେଣୀ ପ୍ରସ୍ତୁତ କରିବା, ମଧ୍ୟମ ତଥା ଭାରୀଯାନର ଡ୍ରାଇଭରଙ୍କ ଗତି ସୀମା ଉଲ୍ଲଂଘନ ପାଇଁ ଦୁଇ ହଜାର ଟଙ୍କାରୁ ଚାରି ହଜାର ଟଙ୍କା ‌ଜରିମାନା ଲଗାଯିବାର ପ୍ରସ୍ତାବ ରହିଛି। ଦ୍ବିତୀୟ ଥର ଉଲ୍ଲଂଘନ କଲେ ଲାଇସେନ୍‌ସ ଜବତ କରାଯାଇ ପାରିବ ବୋଲି ପ୍ରସ୍ତାବରେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.8 ° C
    29.8 °
    29.8 °
    52 %
    1.6kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ