Saturday, September 19, 2026
25.4 C
Odisha

    ଶ୍ରୀମନ୍ଦିରରେ ବଙ୍ଗୀୟ ପର୍ଯ୍ୟଟକଙ୍କ ଆକ୍ରମଣରେ ଜେଟିପି ଆହତ

    ଆଗକୁ ପଢନ୍ତୁ

    ପୁରୀ: ଧାର୍ମିକ ଚିନ୍ତାଧାର ନେଇ ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରକୁ ଆସିଥିବା ଜଣେ ପର୍ଯ୍ୟଟକ ଶନିବାର ହ୍ରିଂସ ହୋଇଛନ୍ତି। ସଂପୃକ୍ତ ପର୍ଯ୍ୟଟକ ନ‌ିଜେ ତୀର୍ଥସ୍ଥଳକୁ ଆସିଥିବାର ହିତାହିତ ଜ୍ଞାନ ଭୁଲି ଯାଇଛନ୍ତି। ଜଣେ ବଙ୍ଗୀୟ ଧାର୍ମିକ ପର୍ଯ୍ୟଟକଙ୍କ ଆକ୍ରମଣରେ ଶ୍ରୀଜଗନ୍ନାଥ ମନ୍ଦିର ପୁଲିସର ଜଣେ କର୍ମଚାରୀ ଆହତ ହୋଇଛନ୍ତି, ଯେଉଁଥିରେ କି ତାଙ୍କର ମୁଣ୍ଡ ଫାଟିଥିବା କୁହାଯାଇଛି। ଆହତ ପୁଲିସ କର୍ମଚାରୀ ହେଲେ ଗୁପ୍ତେଶ୍ବର ରାଉତ। ସୂଚନା ଅନୁସାରେ ଅନ୍ୟ ଭକ୍ତମାନଙ୍କ ପରି ବଙ୍ଗୀୟ ପର୍ଯ୍ୟଟକ ମଧ୍ୟ ଆଜି ଅପରାହ୍‌ଣରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଘଣ୍ଟିଦ୍ୱାର ନିକଟରେ ପ୍ରବେଶକୁ ନେଇ ତାଙ୍କର ସହ ଗୁପ୍ତେଶ୍ବର ରାଉତଙ୍କ ବଚସା ହୋଇଥିଲା। ଏଥିରେ ବଙ୍ଗୀୟ ଉତ୍ତ୍ୟକ୍ତ ହୋଇଥିଲେ। ଜେଟିପି ଗୁପ୍ତେଶ୍ୱର ରାଉତରାୟଙ୍କୁ ଆକ୍ରମଣ କରିଥିଲେ। ଶ୍ରୀ ରାଉତଙ୍କ ମୁଣ୍ଡ ଫାଟିଯାଇଥିବା ସୂଚନା ମିଳିଛି।
    ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଶାନ୍ତି ଶୃଙ୍ଖଳାର ସହିତ କରାଯିବା ପାଇଁ ରାଜ୍ୟ ସରକାର ପୁଲିସ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏଠାରେ ସୁରକ୍ଷାକର୍ମୀଙ୍କ ଉପରୁ ବାରମ୍ବାର ଆକ୍ରମଣ ହେଉଛି। ଜେଟିପିଙ୍କ ଉପରେ ଆକ୍ରମଣ ଘଟଣା ଏହା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ୨୦୧୭ ଡିସେମ୍ବର ୧୧ ତାରିଖରେ ମଧ୍ୟ ଶ୍ରୀମନ୍ଦିରରେ ଜେଟିପିଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଘଟଣା ଦିନ ଶ୍ରୀଜିଉଙ୍କ ପାଇଁ ଆସୁଥିବା ଭୋଗ ବାଟରେ ମହାପ୍ରାସାଦ ବିକ୍ରି କରାଯାଇ ପାରିବ ନାହିଁ ବୋଲି ଜେଟିପି ବାରଣ କରିଥିଲେ। ତେବେ ଜେଟିପି କାହିଁକି ଏପରି ମହାପ୍ରାସାଦ ବିକ୍ରିକୁ ବାରଣ କଲେ ବୋଲି ସୁଆରମାନେ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଏହି ଗଣ୍ଡଗୋଳରେ ସୁଆର ନରସିଂହ ପଣ୍ଡାଙ୍କ ଆକ୍ରମଣରେ ଜେଟିପି ରାଜକିଶୋର ପଣ୍ଡା ଗୁରୁତର ଆହତ ହୋଇଥିଲେ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅଭିଯୋଗ ମଧ୍ୟ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    87 %
    1.2kmh
    100 %
    Fri
    25 °
    Sat
    31 °
    Sun
    31 °
    Mon
    29 °
    Tue
    30 °

    ସମ୍ବନ୍ଧିତ