Sunday, March 22, 2026
23.7 C
Odisha

    ଏମ୍‌ସରେ ଚାଲିଥିଲା ସ୍ୱାମୀଙ୍କ ବ୍ଳଡ୍ କ୍ୟାନସରର ଚିକିତ୍ସା, ସାହାଯ୍ୟ ଆଳରେ ସ୍ତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ ସିକ୍ୟୁରିଟି ଗାର୍ଡ, ଆଉ ତା’ପରେ…

    ଆଗକୁ ପଢନ୍ତୁ

    କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୂରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଭୁବନେଶ୍ୱର ଏମ୍‌ସରେ ଜଣେ ସିକ୍ୟୁରିଟି ଗାର୍ଡ ଜଣେ ରୋଗୀଙ୍କ ପତ୍ନୀଙ୍କୁ ସାହାଯ୍ୟ କରିବା ଆଳରେ ତାଙ୍କ ସହିତ ଶାରୀରିକ ସଂପର୍କ ରଖି ଧୋକା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।

    ଏହି ମହିଳା କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ବ୍ଳଡ୍ କ୍ୟାନସର ହୋଇଥିଲେ। ଚିକିତ୍ସା ପାଇଁ ସେ ତାଙ୍କୁ ଭୁବନେଶ୍ୱର ଏମ୍‌ସ ନେଇଥିଲେ। ସେଠାରେ ତାଙ୍କ ସ୍ୱାମୀଙ୍କ ଚିକିତ୍ସା ଚାଲିଥିବା ବେଳେ ସିକ୍ୟୁରିଟି ଗାର୍ଡ ମନୋଜ କୁମାର ସାହୁଙ୍କ ସଂସ୍ପର୍ଶରେ ସେ ଆସିଥିଲେ। ସେ (ସିକ୍ୟୁରିଟି ଗାର୍ଡ) ତାଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ କରୁଥିଲେ। ମେଡିସିନଠାରୁ ଆରମ୍ଭ କରି ରକ୍ତ ଓ ଅନ୍ୟାନ୍ୟ କାର୍ଯ୍ୟରେ ସେ ତାଙ୍କୁ ସହଯୋଗ କରୁଥିଲେ। ତେଣୁ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ସଂପର୍କ ବଢ଼ିଲା। ସିକ୍ୟୁରିଟି ଗାର୍ଡ ମନୋଜ କୁମାର ସାହୁ ତାଙ୍କୁ ନେଇ ଏକ ରୁମ୍‌ରେ ମଧ୍ୟ ରଖିଥିଲେ। ସେଠାରେ ରୋଷେଇ ବାସ କରି ରହିବା ପାଇଁ କହିଥିଲେ। ଆଉ ପରବର୍ତ୍ତୀ ସମୟରେ ସେ (ସିକ୍ୟୁରିଟି ଗାର୍ଡ) ତାଙ୍କ ସହିତ ଜୋର କରି ଶାରୀରିକ ସଂପର୍କ ରକ୍ଷା କରିଥିଲେ। ଭବିଷ୍ୟତରେ ସବୁ ପ୍ରକାର ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ସିକ୍ୟୁରିଟି ଗାର୍ଡ ତାଙ୍କ ସହିତ ସଂପର୍କ ରଖିଥିଲେ। ପ୍ରତିବାଦ କଲେ ବି ସେ ଶୁଣି ନଥିଲେ।
    ଏହି ମହିଳା ଜଣଙ୍କ ଆହୁରି କହିଛନ୍ତି, ମୁଁ ସ୍ୱାମୀଙ୍କୁ ନେଇ ଏହି ହସ୍‌ପିଟାଲରେ ୩ ବର୍ଷ ରହିଲି। ମଝିରେ ମଝିରେ ଘରକୁ ଫେରିଛି। ପୁଣି ସ୍ୱାମୀ ଆଣି ଭର୍ତ୍ତି କରିଛି। ଶେଷରେ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ସେ (ସିକ୍ୟୁରିଟି ଗାର୍ଡ) ମୋତେ ମନ୍ଦିରରରେ ବାହା ହୋଇଥିଲା ଓ ମୋ ଛୁଆପିଲାଙ୍କର ବି ଯତ୍ନ ନେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ମୁଁ ମଧ୍ୟ ଆଶ୍ରା ଖୋଜୁ ଥିଲି। ତେଣୁ ତା’ ସହିତ ବାହା ହେଲି। ହେଲେ ଏବେ ସେ ଧରାଛୁଆଁ ଦେଉନି। ଫୋନ୍ ଉଠାଉନାହିଁ। ସେ କାହିଁକି ଏମିତି କରୁଛି ଜାଣିନି। ମୁଁ ଚାହୁଁଛି ସେ ପୂର୍ବ ପରି ମୋର ଓ ମୋ ପିଲାଛୁଆଙ୍କ କଥା ବୁଝୁ। ତା’ ନାଁରେ ମୁଁ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛି। ସେପ୍ଟେମ୍ବର ୧୩ ତାରିଖରେ ଏହାର ଶୁଣାଣି ଅଛି। ତାକୁ ମଧ୍ୟ ଡକାଯିବ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି।

    ଅନ୍ୟପକ୍ଷରେ ଏହି ଘଟଣା ନେଇ ସିକ୍ୟୁରିଟି ଗାର୍ଡ ମନୋଜ କୁମାର ସାହୁଙ୍କୁ ପଚରାଯିବାରେ ସେ ଏହାକୁ ଏଡ଼ାଇ ଯାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ