Tuesday, September 29, 2026
23.1 C
Odisha

    ଜାଣନ୍ତୁ ଆଳତିରେ କାହିଁକି କୁହାଯାଏ କର୍ପୁରଗୌରଂ. . . ମନ୍ତ୍ର 

    ଆଗକୁ ପଢନ୍ତୁ

    କୌଣସି ବି ମନ୍ଦିର ହେଉ କିମ୍ବା ଘରେ ପୂଜା କରୁଥିଲେ କିଛି ମନ୍ତ୍ର ଜପ କରାଯାଇଥାଏ। ସମସ୍ତ ଦେବା ଦେବୀଙ୍କ ମନ୍ତ୍ର ଅଲଗା ଅଲଗା ଅଟେ। କିନ୍ତୁ ଯେତେବେଳେ ବି କୌଣସି ଠାକୁରଙ୍କୁ ଆରତୀ କରାଯାଏ ସେତେବେଳେ ଏହି ମନ୍ତ୍ର ନିଶ୍ଚୟ କରାଯାଇଥାଏ।

    ଏହି ମନ୍ତ୍ର ଦ୍ୱାରା ଶିବଙ୍କର ସ୍ତୁତି କରାଯାଇଥାଏ। ଏହାର ଅର୍ଥ ଆସନ୍ତୁ ଜାଣିବା । କର୍ପୁରଗୌରଂ- କର୍ପୁର ଭଳି ଗୌର ବର୍ଣ୍ଣ ତାଙ୍କର । କରୁଣାବତାରଂ-କରୁଣାର ଅବତାର ବା ଦୟାବନ୍ତ। ସଂସାରସାରଂ-ସମ୍ପୂର୍ଣ୍ଣ ସୃଷ୍ଟିର ଯିଏ ସାର ବା ପ୍ରମୁଖ ଅଟନ୍ତି। ଭୁଜଗେନ୍ଦ୍ର ହାରମ୍-ଏହାର ଅର୍ଥ ଯିଏ ସାପକୁ ହାର ରୂପରେ ଧାରଣ କରନ୍ତି। ସଦା ବସନ୍ତଂ ହୃଦୟାରବିନ୍ଦେ, ଭବଂ ଭାବନୀ ସହିତଂ ନମାମି – ଏହାର ଅର୍ଥ ହେଉଛି ଯିଏ ପ୍ରଭୁ ମହାଦେବ ଏବଂ ମାତା ପାର୍ବତୀ ସବୁବେଳେ ମୋ ହୃଦୟରେ ବାସ କରନ୍ତୁ । ତାଙ୍କୁ ମୋର ପ୍ରଣାମ।

    ଏହି ମନ୍ତ୍ର କାହିଁକି ଜପ କରାଯାଏ?

    ସବୁଦେବା ଦେବୀଙ୍କୁ ପୂଜା କରିବା ବେଳେ କର୍ପୁରଗୌରଂ କରୁଣାବତାରଂ…. ମନ୍ତ୍ର କାହିଁକି ବୋଲାଯାଇଥାଏ। ଏହା ପଛରେ ବହୁତ ଗଭୀର ଅର୍ଥ ଲୁଚି ରହିଛି। ଭଗବାନ ଶିବଙ୍କର ଏହି ସ୍ତୁତି ଶିବ-ପାର୍ବତୀ ବିବାହ ସମୟରେ ବିଷ୍ଣୁଙ୍କ ଦ୍ୱାରା ଗାନ କରାଯାଇଥିବା କୁହାଯାଏ। ଶିବ ଶ୍ମସାନବାସୀ ଅଟନ୍ତି, ତାଙ୍କର ସ୍ୱରୂପ ବହୁତ ଭୟଙ୍କର ଏବଂ ଅଘୋରୀ ଅଟେ। କିନ୍ତୁ ଏହି ସ୍ତୁତି ହିଁ ଜଣାଇଥାଏ ଯେ ତାଙ୍କର ସ୍ୱରୂପ ଅତ୍ୟନ୍ତ ଦିବ୍ୟ ଅଟେ। ଶିବଙ୍କୁ ସୃଷ୍ଟିର ଅଧିପତି ବୋଲି କୁହାଯାଏ। ସେ ମୃତ୍ୟୁଲୋକର ଦେବତା ଅଟନ୍ତି। ତାଙ୍କୁ ପଶୁପତିନାଥ ମଧ୍ୟ କୁହାଯାଏ। ପଶୁପତିର ଅର୍ଥ ସଂସାରରେ ମଣିଷ ସମେତ ଯେତେ ବି ଜୀବ ଅଛନ୍ତି ସମସ୍ତଙ୍କର ସେ ହେଉଛନ୍ତି ଅଧିପତି। ଏହି ମନ୍ତ୍ର ଏଥିପାଇଁ ଗାନ କରାଯାଏ କାରଣ ଯିଏ ଏହି ସମସ୍ତ ସଂସାରର ଅଧିପତି ସିଏ ଆମ ମନରେ ବାସ କରନ୍ତି। ଶିବ ଶ୍ମଶାନବାସୀ ଅଟନ୍ତି, ଯିଏ ମୃତ୍ୟୁର ଭୟକୁ ଦୂର କରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    88 %
    1.5kmh
    16 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ