Monday, March 30, 2026
27.4 C
Odisha

    ମୁଁ ସିନେମାରୁ ଓହରି ଯିବାକୁ ଚାହୁଁଛି; ବିଶ୍ବାସ ହେଉନି ଯଦି ପରୀକ୍ଷା କରି ଦେଖନ୍ତୁ

    ଆଗକୁ ପଢନ୍ତୁ

    ମୁମ୍ବାଇ: ହିନ୍ଦୀ ସିନେମାର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଆମୀର ଖାନ ତାଙ୍କ ଚଳଚ୍ଚିତ୍ର ‘ସିତାରେ ଜମିନ ପର’ ରେ ବ୍ୟସ୍ତ ଅଛନ୍ତି। ୨୦୨୨ ଚଳଚ୍ଚିତ୍ର ‘ଲାଲ ସିଂ ଚଢ଼ା’ରେ ଆମିରଙ୍କୁ କରୀନା କପୁରଙ୍କ ସହ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।ବର୍ତ୍ତମାନ ଅମିର ‘ସିତାରେ ଜମିନ୍ ପର’ ସିନେମାକୁ ନେଇ ଚର୍ଚ୍ଚାରେ ଅଛନ୍ତି।୧୦୭୩ ମସିହାରେ ଚଳଚ୍ଚିତ୍ର ‘ୟାଦୋ କି ବାରାତ୍’ ଜରିଆରେ ଶିଶୁ କଳାକାର ଭାବେ ଅମିର ଖାନ ଖାନ୍ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ୧୯୮୪ ଚଳଚ୍ଚିତ୍ର ‘ହୋଲି’ରେ ସେ ହିରୋ ଭାବରେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ।

    ଏହାପର ଠାରୁ ଅମିର ଗତ ୪୦ବର୍ଷ ଧରି ଇଣ୍ଡଷ୍ଟ୍ରିରେ ରହି କାମ କରିଛନ୍ତି । ଆଉ ଅନେକ ହିଟ ସିନେମା ବଲିଉଡକୁ ଭେଟି ଦେଇଛନ୍ତି। ତେବେ କିଛିବର୍ଷ ହେଲାଣି ଅମିରଙ୍କ ଗୋଟିଏ ବି ସିନେମା ବକ୍ସ ଅଫିସରରେ ପସରା ମେଲାଇ ପାରୁ ନାହିଁ। ଏଭଳି ପରିସ୍ଥିତିରେ ସିନେମା କ୍ଷେତ୍ରରୁ ଅମିର ଓହରି ଯିବାକୁ ଚାହୁଁଛନ୍ତି ବୋଲି ନିକଟରେ ଏକ ସାକ୍ଷାତକାରେ କହିଛନ୍ତି।ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିଥିଲେ, କିନ୍ତୁ ନିକଟରେ ସେ ‘ରିୟା ଚକ୍ରବର୍ତ୍ତୀ ପୋଡକାଷ୍ଟ ଅଧ୍ୟାୟ ୨’ ନାମକ ଏକ ପୋଡକାଷ୍ଟ ଆରମ୍ଭ କରିଛନ୍ତି।

    ଆମିର ଖାନ ଏହି ପୋଡକାଷ୍ଟରେ ଯୋଗ ଦେଇଥି‌ଲେ। ପୋଡକାଷ୍ଟର ପ୍ରଥମ ଏପିସୋଡରେ ସୁସ୍ମିତା ସେନ୍ ପହଞ୍ଚିଥିଲେ।ନିକଟରେ ରିୟା ତାଙ୍କ ଇନଷ୍ଟାଗ୍ରାମରେ ଏକ ଛୋଟ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଆମିର ଖାନ ତାଙ୍କ ଫିଲ୍ମ କ୍ୟାରିୟର ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି।

    ଏହାର କ୍ୟାପସନରେ ଲେଖାହୋଇଛି, ‘ମୁଁ ପ୍ରକୃତ ତାରକା ତଥା ପ୍ରକୃତ ବନ୍ଧୁ ଆମୀର ଖାନଙ୍କୁ ସ୍ୱାଗତ କରୁଛି। ଏହି ପର୍ଯ୍ୟାୟରେ ଆମେ ତାଙ୍କ ଅନୁଭୂତି ବିଷୟରେ ଗଭୀର ଭାବରେ ଆଲୋଚନା କରିବା | # ଅଧ୍ୟାୟ ୨, ଏପିସୋଡ୍ ୨୩ ଅଗଷ୍ଟରେ ଆସିବ ।

    ରିୟାଙ୍କ ଏକ ପ୍ରଶ୍ନର ଉତ୍ତରରେ ଆମିର କହିଥିଲେ, ‘ମୁଁ ନିଜକୁ ବହୁତ ସୁନ୍ଦର ମନେ କରେ ନାହିଁ। କାରଣ ମୁଁ ‌କେମିତି ଦେଖାଯାଏ ତାହା ଜାଣିଛି। ଶାହାରୁଖ ଖାନ, ସଲମାନ ଖାନ ଏବଂ ହ୍ରିତିକ ରୋଶନ ହେଉଛନ୍ତି ପ୍ରକୃତ ତାରକା।ମୋ ମତରେ ମୋତେ ଫିଲ୍ମରୁ ଓହରିଯିବାକୁ ପଡ଼ିବ। ମୁଁ ସତ କହୁଛି। ଯଦି ବିଶ୍ବାସ ହେଉଛି ତେବେ ଲାଇ ଡିଟେକ୍ଟର ପରୀକ୍ଷା କରି ଦେଖି ନିଅନ୍ତୁ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ