Saturday, September 19, 2026
28.3 C
Odisha

    ୫୦ ଫୁଟ୍‌ ତଳକୁ ଖସିଲା ପିକ୍‌ଅପ୍‌ ଭ୍ୟାନ୍‌

    ଆଗକୁ ପଢନ୍ତୁ

    କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଉପରମିଟିଙ୍ଗ ଗାଁ ନିକଟ ଘାଟିରେ ଏକ ସାର ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣା ଘଟିଛି। ଭ୍ୟାନ୍‌ଟି ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସି ପଡ଼ିଛିି। ଫଳରେ ଏହି ଦୁର୍ଘଟଣା ଯୋଗୁଁ ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ କାକିରିଗୁମା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ କୋରାପୁଟ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କାକିରିଗୁମା ସାପ୍ତାହିକ ହାଟରୁ ନିତ୍ୟ ବ୍ୟବହାର ଜିନିଷ ପତ୍ର କିଣି ସନ୍ଧ୍ୟାରେ ପିକ୍‌ଅପ୍‌ ଭ୍ୟାନ୍‌ (ଓଡ଼ି୧୦-୩୧୧୩) ଘରକୁ ଫେରୁଥିଲା। ଭ୍ୟାନର ପଛପଟେ ବସିକି ଉପରମିଟିଙ୍ଗ ଗ୍ରାମର ପ୍ରାୟ ୧୨ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଫେରୁଥିଲେ। ଘାଟି ରାସ୍ତା ଯୋଗୁଁ ଅଧା ବାଟରେ ମହିଳାମାନଙ୍କୁ ଓହ୍ଲାଇ ଦେଇ ସାର ନେଉଥିବା ଲୋକଙ୍କୁ ଧରି ଗାଡ଼ି ନେଇକି ଯାଇଥିଲା। ହେଲେ ଉପରମିଟିଙ୍ଗ ଗ୍ରାମ ଠାରୁ ଦୁଇ କିଲୋମିଟର ଦୂର ଘାଟି ଉପରୁ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସି ପଡ଼ିଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    85 %
    1.6kmh
    99 %
    Sat
    29 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ