Monday, February 2, 2026
16.4 C
Odisha

    ଅଟୋ ଦୁର୍ଘଟଣା : ଜଣେ ମୃତ, ୧୫ ଆହତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ମୁନ୍ଦାର ଗାଁ ନିକଟସ୍ଥ କଲଭର୍ଟ ତଳକୁ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ମୁନ୍ଦାର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ବରଗଛ ଗାଁର ଲୋକମାନେ ଏକ ଅଟୋରେ ଦୋଳପୂର୍ଣ୍ଣିମା ମେଲଣ ଦେଖିବାକୁ ଯାଇଥିଲେ। ଆଜି ସକାଳେ ଅଟୋ ଯୋଗେ ଘରକୁ ଫେରୁଥିଲେ। ଫେରିବା ସମୟରେ ଅଟୋଟି ଭାରସାମ୍ୟ ମୁନ୍ଦାର ଗାଁ ନିକଟରେ କଲଭର୍ଟ ତଳକୁ ଖସି ପଡ଼ିଥିଲା। ଆହତମାନଙ୍କୁ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ଉଦ୍ଧାର କରି ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଏହି ଦୁର୍ଘଟଣାରେ ଦାଶି ମୁଦୁଲି (୧୭)ଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ସେମାନଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ କଲେଜ୍ ଓ ହସପିଟାଲରେ ଭର୍ତ୍ତି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    16.4 ° C
    16.4 °
    16.4 °
    94 %
    1.7kmh
    100 %
    Mon
    31 °
    Tue
    31 °
    Wed
    32 °
    Thu
    33 °
    Fri
    32 °

    ସମ୍ବନ୍ଧିତ