Thursday, October 15, 2026
23.2 C
Odisha

    ପାସେଞ୍ଜର ଟାଟା ମ୍ୟାଜିକକୁ ଧକ୍କା ଦେଲା ଟ୍ରେଲର: ୪ ମୃତ

    ଆଗକୁ ପଢନ୍ତୁ

    ବ୍ରଜରାଜନଗର: ଜାତୀୟ ରାଜପଥ ୪୯ର ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ଜୁନିଏନ ଗ୍ରାମ ବୁଲାଣିରେ ଏକ ଟ୍ରେଲର ଓ ପାସେଞ୍ଜର ଟାଟା ମ୍ୟାଜିକକୁ ଧକ୍କା ଦେବା ଫଳରେ ୪ଜଣଙ୍କର ମୃତ୍ୟୁ ଘଟିଛି। ୯ ଜଣଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପୂର୍ବାହ୍ନ ସାଢେ଼ ୧୦ ଟାରେ ଘଟିଛି। ଟା ମ୍ୟାଜିକ ପସେଞ୍ଜର ଗାଡ଼ିଟି ଯାତ୍ରୀଙ୍କୁ ଧରି ପାଞ୍ଚଗାଁରୁ ବେଲପାହାଡ଼ ଯାଉଥିବା ସମୟରେ ବେଲପାହାଡ଼ ପଟୁ ରାୟଗଡ଼ ଦିଗରେ ଯାଉଥିଲା। ଟ୍ରେଲରଟି ଜୁନିଏନ ବୁଲାଣି ନିକଟରେ ତାକୁ ଧକ୍କା ଦେବାଫଳରେ ଦୁର୍ଘଟଣା ଯୋଗୁ ଉଭୟରେ ଗାଡ଼ି ଓଲଟି ପଡିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଛନ୍ତି।୯ଜଣଙ୍କୁ ଝାରସୁଗୁଡା ଚିକିତ୍ସା ପାଇଁ ପଠାଯାଇଛି। ସେଥିରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    96 %
    1.7kmh
    24 %
    Thu
    23 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ