Saturday, April 11, 2026
37.5 C
Odisha

    ଗ୍ୟାସ୍‌ ବୁକିଂର ୪୮ଘଣ୍ଟା ମଧ୍ୟରେ ନଦେଲେ କାର୍ଯ୍ୟାନୁଷ୍ଠାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଗ୍ୟାସ୍‌ ବୁକିଂର ୪୮ଘଣ୍ଟା ମଧ୍ୟରେ ଖାଉଟିଙ୍କ ନିକଟରେ ଗ୍ୟାସ୍ ପହଞ୍ଚିବା ଦରକାର। ଏନେଇ ପୂର୍ବରୁ ଥିବା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରାଯାଉ। ନଚେତ୍ ଖିଲାପକାରୀ ବିତରକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଗ୍ୟାସ୍ କଳାବଜାରୀ ଓ ତୈଳ ସାମଗ୍ରୀରେ ଅପମିଶ୍ରଣ ରୋକିବାକୁ ବିଭିନ୍ନ ସ୍ଥାନରେ ନିୟମିତ ଯାଞ୍ଚ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

    ବୁଧବାର ମନ୍ତ୍ରୀ ଶ୍ରୀ ପାତ୍ର ରାଜ୍ୟର ବିଭିନ୍ନ ପେଟ୍ରୋଲ, ଡିଜେଲ୍‌, ଏଲ୍‌ପିଜି ବିତରକ ଏବଂ ସଂପୃକ୍ତ ଅନ୍ୟାନ୍ୟ ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ନୂଆପଲ୍ଲୀସ୍ଥିତ ଓଡ଼ିଶା ରାଜ୍ୟ ଖାଦ୍ୟଯୋଗାଣ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଅଧିକାରୀ, ବିଭିନ୍ନ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି-ଓଡ଼ିଶା ଶାଖାର ପ୍ରତିନିଧି, ଉତ୍କଳ ପ୍ରେଟ୍ରୋଲିୟମ୍‌ ଡିଲର୍ସ ଆସୋସିଏସନ୍‌ର କର୍ମକର୍ତ୍ତା, ବିଭିନ୍ନ ବିତରକ ସଂଘର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

    ବୈଠକରେ ମନ୍ତ୍ରୀ ଖାଉଟିଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେବାକୁ ବିତରକମାନଙ୍କୁ କହିଥିଲେ। ଏହାସହ ପ୍ରତ୍ୟେକ ଖାଉଟି ଯେଭଳି ଠିକ ପରିମାଣ ଏବଂ ଗୁଣାତ୍ମକ ତୈଳ ଓ ଗ୍ୟାସ ସାମଗ୍ରୀ ପାଇପାରିବେ ସେନେଇ ଧ୍ୟାନ ଦେବାକୁ କହିଛନ୍ତି। ସେହିପରି କମର୍ସିଆଲ ଗ୍ୟାସ ପରିବର୍ତ୍ତେ ଘରୋଇ ଗ୍ୟାସ ବ୍ୟବହାର କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରେଟ୍ରୋଲ ଟାଙ୍କିଗୁଡ଼ିକରେ ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥାକୁ ଟାଙ୍କି ମାଲିକମାନେ ସୁନିଶ୍ଚିତ କରିବାକୁ ବୈଠକରେ କୁହାଯାଇଛି।

    ବୈଠକରେ ବିଭାଗର ଅତିରିକ୍ତ ସଚିବ ସନ୍ତୋଷ ନାୟକ, ଉପନିର୍ଦ୍ଦେଶକ ଦୀପକ ଶତପଥୀ, ବୈଧ ମାପ ଓ ଓଜନ ବିଭାଗର ବରିଷ୍ଠ ନିୟନ୍ତ୍ରକ ହରିଶଙ୍କର ପଟ୍ଟନାୟକ, ଉତ୍କଳ ପେଟ୍ରୋଲିୟମ୍‌ ଡିଲର୍ସ ଆସୋସିଏସନ୍‌ର ସାଧାରଣ ସଂପାଦକ ସଂଜୟ ଲାଠ୍‌, ସଭାପତି ବିଶ୍ୱଜିତ ପଟ୍ଟନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ