Saturday, April 19, 2025
40.3 C
Odisha

    ମୁଁ ଏବଂ ଐଶ୍ୱର୍ଯ୍ୟା ଛାଡ଼ପତ୍ର ନେଉଛୁ ! ଅଭିଷେକ ଏଭଳି କହୁଥିବାର ଭିଡିଓ ଭାଇରାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଦମ୍ପତି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ସେମାନଙ୍କର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନନ୍ତ ଅମ୍ବାନୀଙ୍କ ବିବାହ ପରେ, ବର୍ତ୍ତମାନ ପ୍ୟାରିସ ଅଲିମ୍ପିକ୍ସର ଫଟୋ ସାମ୍ନାକୁ ଆସିଛି | ଫଟୋରେ ଅଭିଷେକ ଏକାକୀ ନଜର ଆସୁଛନ୍ତି | ଗତ କିଛି ମାସ ହେବ ଦୁହେଁ ସମାନ ସ୍ଥାନକୁ ଅଲଗା ଅଲଗା ଯାଉଥିବାରୁ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ନେଇ ଆଶଙ୍କା କରାଯାଉଛି |
    ସର୍ବସାଧାରଣରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କୁ ଏକାଠି ଦେଖାଯାଉନଥିବାରୁ ଦୁହେଁ ଖୁବଶୀଘ୍ର ପରସ୍ପରକୁ ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ହେଉଛି | ଏମଧ୍ୟରେ ଅଭିଷେକଙ୍କ ଏକ ଭାଇରାଲ ଭିଡିଓ ସମସ୍ତଙ୍କୁ ଚକିତ କରିଛି। ଏହି ଭିଡିଓରେ ଅଭିଷେକ କହିଛନ୍ତି ଯେ, ସେ ଐଶ୍ୱର୍ଯ୍ୟାଙ୍କଠାରୁ ଛାଡପତ୍ର ନେଉଛନ୍ତି।
    ଭାଇରାଲ ହେଉଥିବା ଏହି ଭିଡିଓକୁ ଡିପଫେକ କରାଯାଇ ସେୟାର କରାଯାଇଥିବା କୁହାଯାଉଛି | ଭିଡିଓଟି ପୁରୁଣା ହୋଇଥିବା ବେଳେ ଏଆଇ ସାହାଯ୍ୟରେ ତାଙ୍କ ସ୍ୱର ସହ ମିଶିବା ଭଳି ସ୍ୱରକୁ ଏଡିଟ କରାଯାଇ ଭିଡିଓରେ ମିଶାଯାଇଥିବା ଦାବି କରାଯାଉଛି | ଭିଡିଓରେ ଅଭିଷେକ କହୁଛନ୍ତି ଯେ, ଐଶ୍ୱର୍ଯ୍ୟା ଏବଂ ମୁଁ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଛୁ। ଏହା ଆରାଧ୍ୟାଙ୍କ ପାଇଁ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.3 ° C
    40.3 °
    40.3 °
    15 %
    2.5kmh
    49 %
    Sat
    40 °
    Sun
    43 °
    Mon
    43 °
    Tue
    44 °
    Wed
    45 °

    ସମ୍ବନ୍ଧିତ