Tuesday, March 24, 2026
35.3 C
Odisha

    ଦୁଇ ଥର ଫ୍ଲପ ପରେ ପୁଣି ପରଦାକୁ ଫେରିବେ ଏହି ଯୋଡି

    ଆଗକୁ ପଢନ୍ତୁ

    ମୁମ୍ବାଇ: ଦୁଇଟି ଫ୍ଲପ୍‌‌ ଫିଲ୍ମ କରିବା ପରେ ଅକ୍ଷୟ କୁମାର ଏବଂ ଚିତ୍ରାଙ୍ଗଦା ଯୋଡି ପୁଣି ପରଦାକୁ ଫେରିବାକେୁ ଯାଉଛନ୍ତି। ୨୦୧୧ରେ ‘ଦେଶୀ ବଏଜ’ରେ ଅକ୍ଷୟ କୁମାର ଏବଂ ଜନ ଅବ୍ରହାମଙ୍କ ଅଭିନୟକୁ ବହୁତ ପସନ୍ଦ କରାଯାଇଥିଲା। ଏହି ଚଳଚ୍ଚିତ୍ରରେ ଲୋକମାନେ ଅକ୍ଷୟ ଏବଂ ଜନଙ୍କ ଶୈଳୀକୁ ପସନ୍ଦ କରିଥିଲେ। ଯଦିଓ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଫ୍ଲପ୍‌‌ ହୋଇଥିଲା।

    ଫ୍ଲପ୍‌‌ ପରେ ମଧ୍ୟ ଫିଲ୍ମରେ ଅକ୍ଷୟ କୁମାର ଏବଂ ଚିତ୍ରାଙ୍ଗଦାଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ଦୁହିଁଙ୍କର ଗୀତ ମଧ୍ୟ ଏକ ସୁପରହିଟ ଥିଲା। କିନ୍ତୁ ଫିଲ୍ମଟି ରୋଜଗାର ଦୃଷ୍ଟିରୁ ଅଧିକ କିଛି କରିପାରି ନ ଥିଲା। ଅକ୍ଷୟ କୁମାର ଏବଂ ଚିତ୍ରାଙ୍ଗଦା ୮ ଷ୍ଟାରଙ୍କ ଅଭିନୀତ ଏକ ମଲ୍ଟି ଷ୍ଟାରର ଫିଲ୍ମରେ ଏକାଠି କାମ କରିବାକୁ ଯାଉଛନ୍ତି।

    ଫିଲ୍ମବିଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାର ଏବଂ ଚିତ୍ରାଙ୍ଗଦା ଆସନ୍ତା ବର୍ଷ ରିଲିଜ ହେବାକୁ ଥିବା କମେଡି ଫିଲ୍ମ ‘ହାଉସଫୁଲ୍‌‌-୫’ରେ ପୁଣି ଏକାଠି ହେବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରରେ ବହୁ ସଂଖ୍ୟକ ଷ୍ଟାର କାଷ୍ଟ ଦେଖିବାକୁ ମିଳିବ। ଏହା ସହିତ ଅକ୍ଷୟ କୁମାର ଏବଂ ଚିତ୍ରାଙ୍ଗଦାଙ୍କ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିବ।
    ନିର୍ମାତା ସାଜିଦ ନାଡିଆଡୱାଲାଙ୍କ ଫିଲ୍ମ ‘ହାଉସଫୁଲ୍‌‌-୫’ ଆସନ୍ତା ବର୍ଷ ପ୍ରେକ୍ଷାଳୟକୁ ଆସିବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାର ଏବଂ ଚିତ୍ରାଙ୍ଗଦାଙ୍କ ସହ ଏହି ଫିଲ୍ମରେ ଅଭିଷେକ ବଚ୍ଚନ, ରିତେଶ ଦେଶମୁଖ, ଡୁନୁ ମୌର୍ଯ୍ୟ, ଚଙ୍କି ପାଣ୍ଡେ, ସଞ୍ଜୟ ଦତ୍ତ, ନର୍ଗିସ ଫାକରି, ସୋନମ ବାଜୱା ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଭଳି ଷ୍ଟାରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।
    ସୂଚନାଯୋଗ୍ୟ, ହାଉସଫୁଲ୍‌‌ ସିରିଜ ଏକ ହିଟ ସିରିଜ ସିକ୍ୱେଲ ସାବ୍ୟସ୍ତ ହୋଇଛି। ଅକ୍ଷୟ କୁମାର ଏହି ଚଳଚ୍ଚିତ୍ରର ପ୍ରଥମ ଭାଗ ଆରମ୍ଭ କରିଥିଲେ। ଏହା ପରେ, ଏହି ସିରିଜର ୪ଟି ସିକ୍ୱେଲ ବର୍ତ୍ତମାନ ପର୍ଯ୍ୟନ୍ତ ରିଲିଜ ହୋଇଛି। ଏହି ସିକ୍ୱେଲ ଗୁଡିକ ମଧ୍ୟରୁ ଅଧିକାଂଶ ହିଟ୍‌‌ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    35.3 ° C
    35.3 °
    35.3 °
    17 %
    4.1kmh
    20 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ