Saturday, April 11, 2026
37.5 C
Odisha

    ଅହମଦାବାଦ୍ ବିିମାନ ଦୁର୍ଘଟଣା: କ୍ଷତିପୂରଣ ପାଇଁ ମିଳିବ ଏତେ କୋଟିର ବୀମା ରାଶି

    ଆଗକୁ ପଢନ୍ତୁ

    ଅହମଦାବାଦ: ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି। ଏହି ୧୨ ବର୍ଷ ପୁରୁଣା ବିମାନର ଡାହାଣ ପାଖ ଇଞ୍ଜିନ୍ ମରାମତି କରାଯାଇଥିଲା ବୋଲି ଜଣାଯାଇଛି। ତିନି ମାସ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୨୦୨୫ରେ ଇଞ୍ଜିନ୍ ବଦଳାଯାଇଥିଲା ବୋଲି ଜଣାପଡ଼ିଛି। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏହି ବିମାନଟି ଉଡ଼ାଣ କରିବାର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏଥିରେ ୧୨ଜଣ କ୍ରୁ ସଦସ୍ୟଙ୍କ ସମେତ ୨୪୨ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କୁ ଛାଡ଼ି ସମସ୍ତ ୨୪୧ଜଣଙ୍କର ମୃତ୍ୟୁ ହୋଇଥିଲା। ସୂତ୍ର ଅନୁଯାୟୀ, ଏହି ଏୟାର ଇଣ୍ଡିଆ ବିମାନର ଏକ ବିସ୍ତୃତ ରକ୍ଷଣାବେକ୍ଷଣ ଯାଞ୍ଚ ଜୁନ୍ ୨୦୨୩ରେ କରାଯାଇଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟ ଯାଞ୍ଚ ଚଳିତ ବର୍ଷ ଡିସେମ୍ବରରେ କରାଯିବାର ଯୋଜନା କରାଯାଇଥିଲା। ଏପ୍ରିଲରେ ଏୟାର ଇଣ୍ଡିଆ, ବୋଇଂ ୭୮୭-୮ ଡ୍ରିମଲାଇନର ପାଇଁ ବୀମା କଭରକୁ ୭୫୦କୋଟି ଟଙ୍କାରୁ ୮୫୦କୋଟି ଟଙ୍କାକୁ ବୃଦ୍ଧି କରିଥିଲା। ଅହମଦାବାଦରେ ଘଟିଥିବା ଦୁର୍ଘଟଣା ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଦେଶର ସବୁଠାରୁ ଖରାପ ବିମାନ ଦୁର୍ଘଟଣା ମଧ୍ୟରୁ ଗୋଟିଏ। ଏହି ଦୁର୍ଘଟଣା ବିମାନ ବୀମା କ୍ଷେତ୍ରକୁ ଦୋହଲାଇ ଦେବ ବୋଲି ଆଶା କରାଯାଉଛି ଏବଂ ଏହାର କ୍ଷତିପୂରଣ ପାଇଁ ମିଳିବାକୁ ଥିବା ବୀମା ରାଶି(୩,୦୦୦କୋଟି) ଦେଶର ସବୁଠାରୁ ମହଙ୍ଗା ବୀମା ରାଶି ହେବ ବୋଲି ଆକଳନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ