Friday, April 3, 2026
39.1 C
Odisha

    ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ‌; ଯାତ୍ରା କରୁଥିଲେ ୨୪୨ଜଣ ‌ଯାତ୍ରୀ

    ଆଗକୁ ପଢନ୍ତୁ

    ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନ ଗୁୂରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାର ଭୟାବହ ଦୃଶ୍ୟର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି।

    ସୂଚନାଯୋଗ୍ୟ,ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳରେ କିଛିସମୟ ପାଇଁ ନିଆଁର ପିଣ୍ଡୁଳା ଦେଖିବାକୁ ମିଳିଥିଲା। ଏହି ନିଆଁରୁ ବାହାରିଥିବା ଧୂଆଁ ସମଗ୍ର ଅଞ୍ଚଳକୁ ବ୍ୟାପୀ ଯାଇଥିଲା।

    ପ୍ରାଥମିକ ସୂଚନା ଅନୁଯାୟୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି। କୁହାଯାଉଛି ଏୟାର ଇଣ୍ଡିଆ ବିମାନଟି ବିମାନବନ୍ଦରର ସୀମା ନିକଟରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଏଥିରେ ୧୨ଜଣ  କ୍ରୁ ସଦସ୍ୟଙ୍କ ସହିତ ୨୩୦ଜଣ ଯାତ୍ରୀ ବସି ଯାତ୍ରା କରୁଥିଲେ।ଖବର ଲେଖାହେଲା ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତିର ସୂଚନା ମିଳି ପାରିନାହିଁ। ସାମ୍ନାକୁ ଆସିଥିବା ପ୍ରାରମ୍ଭିକ ଚିତ୍ରରେ ବିମାନଟି ଦୁର୍ଘଟଣାଗ୍ରସ୍ତ  ପରେ ଖଣ୍ଡ ଖଣ୍ଡ ହୋଇଯାଇଥିବା ଦେଖିବାକୁ ମିଳୁଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳର ସଦସ୍ୟ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଖବର ପାଇ ଯାଞ୍ଚ ଅଧିକାରୀ ବି ଘଟଣାସ୍ଥଳରେ ପହଞ୍ଚିଛନ୍ତି।ଦୁର୍ଘଟଣାଗସ୍ତ ବିମାନ ବୋଇଂର ୭୮୭ ଡ୍ରିମଲାଇନର ବୋଲି କୁହାଯାଉଥିବା ବେଳେ ଏହା ୧୧ବର୍ଷ ପୁରୁଣା ଥିବା ଜଣାପଡ଼ିଛି। ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଇଣ୍ଟରନାସନାଲ ଏୟାରପୋର୍ଟରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଥିଲା। ଗୁରୁବାର ଅପରାହ୍ନରେ ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିବା ସମୟରେ ଦୁର୍ଘଟଣାଗସ୍ତ ହୋଇଛି। ଏହାଯାବତ ଦୁର୍ଘଟଣାର କାରଣ ଜଣାପଡ଼ି ପାରିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ